ଆଜି ୮୫ ହଜାର କୋଟିର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ଦେଶରେ ଚାଲିବ ଆଉ ୧୦ ବନ୍ଦେ ଭାରତ ଏକ୍ସପ୍ରେସ
ନୂଆଦିଲ୍ଲୀ: ରେଳବାଇର ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳର ସଂଯୋଗୀକରଣ ପ୍ରକିୟାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୮୫ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେସନରେ ଏକାସାଙ୍ଗରେ ୧୦ ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର ୭୬୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।
ଦେଶରେ ଚାଲିବ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଇଷ୍ଟ କୋଷ୍ଟ ରେଳବାଇର ୪୧ଟି ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟନ ହେବ । ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ । ଏହାସହ ୧୬୨ଟି ଇଲୋକ୍ଟ୍ରୋନିକ୍ସ ଇଣ୍ଟର ଲକିଙ୍ଗ ସିଷ୍ଟମ ୮୫ଟି ସୋଲାର ପାୱାର ଷ୍ଟେସନ, ୮ଟି ଗୁଡସ ସେଡ, ୮ଟି ଅଟୋ ସିଜିଓନାଲ ସିଷ୍ଟମ, ୯ଟି ନୂଆ ଲାଇନର ଦୋହରୀକରଣ କରାଯିବ ।
ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ର ଖୋଲିବ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖୋର୍ଦ୍ଧା ବାଲୁଗାଁ, ବ୍ରହ୍ମପୁର, ଦେଇ ବିଶାଖାପାଟଣା ଯିବ । ଶନିବାର ବ୍ୟତୀତ ଅନ୍ୟଦିନ ଗୁଡିକରେ ଯାତାୟତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଳବାଇର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା ।
