ଆଜି ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୧୧ଟା ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋବା କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ କଥାବାର୍ତା କରିବେ । ସାକ୍ଷାତକାର ପରେ ତାଙ୍କୁ ସମ୍ବୋଧନ ମଧ୍ୟ କରାଯିବ ।
ସ୍ୱୟଂପୂର୍ଣ୍ଣ ଗୋଆର ଏହି ପଦକ୍ଷେପ ୧ ଅକ୍ଟୋବର ୨୦୨୦ରେ ଆରମ୍ଭ ହୋଇଥିବା ‘ଆତ୍ମନିର୍ଭର ଭାରତ’ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ପଷ୍ଟ ଆହ୍ୱାନ ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ଜଣେ ଅଧିକାରୀଙ୍କୁ ‘ସ୍ୱୟଂପୂର୍ଣ୍ଣ ମିତ୍ର’ ଭାବରେ ନିଯୁକ୍ତ କରାଯାଇଛି । ଏହି ମିତ୍ର ଏକ ର୍ନିଦ୍ଦିଷ୍ଟ ପଞ୍ଚାୟତ କିମ୍ବା ପୌରପାଳିକା ପରିଦର୍ଶନ କରନ୍ତି, ଲୋକଙ୍କ ସହ ଯୋଗାଯୋଗ କରନ୍ତି, ଏକାଧିକ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଏବଂ ସୁବିଧା ଉପଲବ୍ଧ କରାଇଥାନ୍ତି । ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ରହିବେ ।
