ଆଜି ମଧ୍ୟପ୍ରଦେଶର ୧.୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବାଂଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସ୍ୱାମୀତ୍ୱ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୭୧,୦୦୦ ହିତାଧିକାରୀଙ୍କୁ ଇ-ପ୍ରପର୍ଟି କାର୍ଡ ବଂଟନ କରିବେ । କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ସ୍ୱାମୀତ୍ୱ ପଂଚାୟତିରାଜ ମନ୍ତ୍ରାଳୟର ଏକ କେନ୍ଦ୍ର କ୍ଷେତ୍ରୀୟ ଯୋଜନା । ଗ୍ରାମୀଣ ଆବାସିକ ଅଂଚଳ ନିବାସୀଙ୍କୁ ସମ୍ପତି ଅଧିକାର ପ୍ରଦାନ କରିବା ଏହାର ଲକ୍ଷ୍ୟ । ସହରାଂଚଳ ଭଳି ଗ୍ରାମାଂଚଳରେ ଋଣ ଓ ଅନ୍ୟାନ୍ୟ ଆର୍ôଥକ ସୁବିଧା ନେବା ବେଳେ ସମ୍ପତିକୁ ଆର୍ôଥକ ସମ୍ପତି ଭାବରେ ବ୍ୟବହାର କରିବାରେ ଏହି ଯୋଜନା ମାର୍ଗ ପ୍ରଶସ୍ତ କରିବ । ଗ୍ରାମାଂଚଳର ଆବାସିକ କ୍ଷେତ୍ରକୁ ଅତ୍ୟାଧୁନିକ ଡ୍ରୋନ ପ୍ରଯୁକ୍ତି ସର୍ବେକ୍ଷଣ ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିବା ଏହାର ଲକ୍ଷ୍ୟ । ଦେଶର ଡ୍ରୋନ ନିର୍ମାଣ ଇକୋସିଷ୍ଟମକୁ ମଧ୍ୟ ଏହି ଯୋଜନା ପ୍ରୋତ୍ସାହନ ଦେଇଛି ।
