ଦୁଇ ଦିନର ବିରତି ପରେ ଆଜି ପୁଣି ବଢିଲା ତୈଳ ଦର
ନୂଆଦିଲ୍ଲୀ : ଗତ ଦୁଇ ଦିନର ବିରତି ପରେ ପୁଣି ବଢିଲା ତେଲ ଦର । ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପଇଛି । ବର୍ଦ୍ଧିତ ଦର ଅନୁସାରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପିଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୪.୭୯ ଟଙ୍କା ରହିଥିବାବେଳେ ଡିଜେଲ୍ ମୂଲ୍ୟ ଲିଟର ପିଛା ୯୩.୫୪ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୧୦.୭୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୧.୪୦ ଟଙ୍କା ରହିଛି । ସେହିପରି ପାଟନାରେ ପେଟ୍ରୋଲ ଲିଟର ପିଛା୧୦୮.୦୪ ଟଙ୍କା ଥିବାବେଳେ ଡିଜେଲ୍ ଲିଟର ପିଛା ୧୦୦.୭ ଟଙ୍କାରେ ପହଞ୍ଚିଛି ।ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା୯୬.୬୩ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ରହିଥିବାବେଳେ ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା ରହିଛି । ଚଣ୍ଡିଗଡ଼ରେ ପେଟ୍ରୋଲ ପିଛା୧୦୦.୮୬ ଟଙ୍କା ଥିବାବେଳେ ଡିଜେଲ୍ ମୂଲ୍ୟ ଲିଟର ପିଛା ୯୩.୩୪ ଟଙ୍କା ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦.୭୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୧.୪୦ ଟଙ୍କା, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୫.୪୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୬୩ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୯୩ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୮.୪୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୯.୨୬ ଟଙ୍କା, ଭୋପାଳରେ ପେଟ୍ରୋଲ ଲିଟର ପିଛା୧୧୭.୫୨ ଟଙ୍କା ଓ ଡିଜେଲ ଲିଟର ପିଛା ୧୧୩.୩୭ ଟଙ୍କା, ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୧୦୧.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୩.୯୬ ଟଙ୍କା, ପାଟନାରେ ପେଟ୍ରୋଲ ଲିଟର ପିଛା ୧୦୮.୦୪ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୦୭ ଟଙ୍କା, ଚଣ୍ଡିଗଡ଼ରେ ପେଟ୍ରୋଲ ଲିଟର ପିଛା ୧୦୦.୮୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୩.୩୪ ଟଙ୍କା ରହିଛି । ସୂଚନା ଯେ, ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।
