ଆଜି ୟୁକ୍ରେନ-ଋଷ ଯୁଦ୍ଧର ଦ୍ୱିତୀୟ ଦିନ, କିଭକୁ ଦଖଲ କରିପାରେ ଋଷ
ନୂଆଦିଲ୍ଲୀ : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ଋଷ ଏହାର ଦକ୍ଷିଣ ପଡୋଶୀ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏତେ ବଡ ଆକ୍ରମଣ ହେଉଛି । ଯୁଦ୍ଧର ପ୍ରଥମ ଦିନ ଗୁରୁବାର ଦିନ, ୟୁକ୍ରେନ ସୈନ୍ୟମାନେ ରୁଷର ଆକ୍ରମଣକାରୀଙ୍କ ସହ ଲଢ଼େଉ ମଧ୍ୟ କରିଛନ୍ତି । ରୁଷର ସମସ୍ତ ସେନା ଏକଜୁଟ ହୋଇ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛନ୍ତି । ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି । ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । ତେଣୁ କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି ।
ସେହିପରି ୟୁକ୍ରେନ ଆକ୍ରମଣର ପ୍ରଥମ ଦିନରେ ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଋଷ ୟୁକ୍ରେନ୍ ଉପରେ ଆଜି ସବୁଆଡ଼ୁ ଆକ୍ରମଣ ଆରମ୍ଭ କରିଦେଇଛି । ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ୟୁରୋପ୍ରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ର ଅନ୍ୟ ଏକ ରାଷ୍ଟ୍ର ବିରୋଧରେ ଏଭଳି ବିଶାଳ ଆକ୍ରମଣ କରିଛି । ଅନ୍ୟପକ୍ଷେ ଋଷ ନାଗରିକମାନେ ଯୁଦ୍ଧକୁ ବିରୋଧ କରି ଆନ୍ଦୋଳନ କରିବାପାଇଁ ଜେଲେନସ୍କି ଅନୁରୋଧ କରିଛନ୍ତି ।
