ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ
ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ। ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଲୋକଙ୍କୁ ମଧ୍ୟ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ କରାଯାଏ ।
ପୃଥିବୀ ଅସଂଖ୍ୟ ପ୍ରଜାତିର ଗୃହ ଅଟେ ଏବଂ ପରିବେଶକୁ ସନ୍ତୁଳିତ କରିବାରେ ବନ୍ୟଜନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୧୩ ମସିହା ଡିସେମ୍ବର ୨୦ରେ ମିଳିତ ଜାତିସଂଘ ସାଧାରଣ ସଭାର ୬୮ ତମ ଅଧିବେଶନ ଏହି ଦିବସର ଘୋଷଣା କରାଯାଇଥିଲା। ୟୁଏନ୍-୬୮/୨୦୫ ରିଜୋଲ୍ୟୁସନରେ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟଜନ୍ତୁ ଦିବସ ଭାବେ ଘୋଷଣା କରାଯାଇଥିଲା। ୧୯୭୩ ମସିହାରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ ପାଇଁ ଥାଇଲାଣ୍ଡ ଦ୍ୱାରା ପ୍ରସ୍ତାବ ଦିଆଯାଇଥିଲା।
