ଆଜି ବିଶ୍ୱ ଡାକ ଦିବସ, ଡିଜିଟାଲ ଛୁଆଁରେ ବଦଳୁଛି ଡାକଘର
ଆଜି ବିଶ୍ୱ ଡାକ ଦିବସ। ୧୯୭୦ ମସିହାଠୁ ପ୍ରତି ବର୍ଷ ଅକ୍ଟୋବର ୯ ତାରିଖରେ ଏହି ଦିବସ ପାଳନା କରାଯାଉଛି। ୧୯୬୯ରେ ଜାପାନର ରାଜଧାନୀ ଟୋକିଓ ଠାରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ଅଧିବେସନ ବସିଥିଲା। ଏଥିରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଆନନ୍ଦ ମୋହନ ନରୁଲା ବିଶ୍ୱ ଡାକ ଦିବସ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ। ଆଉ ସର୍ବ ସମ୍ମତି ପରେ ତାର ପରବର୍ତ୍ତି ବର୍ଷଠୁ ବିଶ୍ୱ ଡାକ ଦିବସ ପାଳନ କରାଯାଉଛି।
ମଣିଷ ସଭ୍ୟତା ଆରମ୍ଭଠୁ ପୃଥିବୀରେ ଡାକ ବ୍ୟବସ୍ଥା ଅଛି। ପ୍ରଥମେ ପାରା, ଡାହୁକ ବା ଖବରଦାତାଙ୍କ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଖବର ପଠାଯାଉଥିଲା। କିନ୍ତୁ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷ ପୂର୍ବେ ଏହା ବଦ୍ଧିବଦ୍ଧ ଭାବେ ପ୍ରଥମଥର ଇଜିପ୍ଚରେ ପ୍ରଚଳନ ଆରମ୍ଭ ହୋଇଥିଲା। ଏହାର ୧୦୦୦ ବର୍ଷ ପରେ ମଙ୍ଗୋଲିୟ ଶାସନ ସମୟରେ ଚିନ ଏହି ପାରମ୍ପାରୀକ ପ୍ରଣାଳୀରେ ଉନ୍ନତି ଆଣିଥିଲା। କାଗଜର ଆବିଷ୍କାର ପରେ ସରଳ, ସହଜ ଓ ସମୟାପୋଯୋଗୀ ହେଲା।
ନୂଆ ଯୁଗର ଡାକ ପଦ୍ଧତି ନେଇ ଗ୍ରୀକ ଐତିହାସିକ ହେରୋଡଟସ ଓ ଜେନୋଫୋନ ତାଙ୍କର ବିଭିନ୍ନ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସବୁଠୁ ଦ୍ରୁତ ଡାକସେବାର ରେକର୍ଡ ୟୁରୋପ ପାଖରେ ଅଛି। ୧୯ ଶହ ଶତାବ୍ଦିରେ ଗୋଟିଏ ଚିଠି ପହଞ୍ଚାଇବା ପାଇଁ ୨୭୦ କିମି ଯାତ୍ରା କରିବାକୁ ପଡିଥିଲା। ଆଉ ଏଥିପାଇଁ ଖବରଦାତା ବା ମେସେଞ୍ଜରଙ୍କୁ ଗୋଟିଏ ଦିନ ଓ ଗୋଟିଏ ରତି ସମୟ ଲାଗିଥିଲା।
ଇଂରେଜଙ୍କ ଆସିବା ପରେ ୧୯୨୭ ମସିହାରେ କୋଲକାତା ଠାରେ ଦେଶର ପ୍ରଥମ ଡାକଘର ପ୍ରତିଷ୍ଠା ହୋଇଥିଲା। ଏବେ ଭାରତରେ ବିଶ୍ୱର ସର୍ବାଧିକ ଦେଢ ଲକ୍ଷରୁ ଅଧିକ ଡାକଘର ଅଛି। ସେହିପରି ବିଶ୍ୱର ସବୁଠୁ ଉଚ୍ଚସ୍ଥାନରେ ଥିବା ଡାକଘର ହିମାଚଳ ପ୍ରଦେଶର ହିକିମରେ ଅବସ୍ଥିତ। ଏହା ସମୂଦ୍ର ପତ୍ତନଠାରୁ ୧୫୫୦୦ ଫୁଟ ଉପରେ ଅଛି। ପ୍ରଥମେ ଡାକଘରେ କେବେଳ ଚିଠିପତ୍ର କାରବାର ହେଉଥିଲା ବେଳେ ଏବେ ବ୍ୟାଙ୍କ ବା ମିନି ବ୍ୟାଙ୍କର ସ୍ଥାନ ନେଇ ସାରିଲାଣି।
ସବୁଠାରୁ ପୁରୁଣା ସରକାରୀ ବ୍ୟବସ୍ଥା କହିଲେ ଡାକକୁ ବୁଝାଏ । ଏ ଡାକର ଚାହିଦା ଆଜି ବି ନିଆରା । ତା’ସହିତ ବିଶ୍ୱାସ ଓ ଭରସା ଯୋଗ୍ୟ ମଧ୍ୟ । ଡିଜିଟାଲ ଛୁଆଁରେ ବଦଳୁଛି ଏବେ ଡାକଘର । ନା ପ୍ରଚାର ନା ପ୍ରସାର, ଚିଠିରୁ ବହୁତ ଆଗକୁ ଗଲାଣି ବ୍ରିଟିଶ ଅମଳର ଏହି ସେବା(ଡାକଘର) । ବତ୍ତର୍ମାନ ଇ-କମର୍ସ, ଇ-ମେଲ୍, ହ୍ୱାଟସପ୍, ଟେଲିଗ୍ରାମ ଯୁଗ ସହ ତାଳ ଦେଉଛି ଡାକଘର । ଡାକ ଉଭା ହୋଇଛି ନୂଆ ରୂପରେ । ବ୍ୟାଙ୍କିଙ୍ଗର ନୂଆ ଫର୍ଦ୍ଧ ସହ ଇନସ୍ୟୁରାନ୍ସ କ୍ଷେତ୍ରରେ ବି ପ୍ରବେଶ କରିଛି । ଯାହାଫଳରେ ଏହାର ଚାହିଦା କମିବା ପରିବର୍ତ୍ତେ ବହୁ ପରିମାଣରେ ବଢ଼ିଯାଇଛି ।
ସମୟ ସହ ଡାକ ପ୍ରଣାଳୀରେ ପରିବର୍ତ୍ତନ :
ସମୟ ସହ ଡାକ ପ୍ରଣାଳୀରେ ବି ପରିବର୍ତ୍ତନ ଆସିଛି । ଇଣ୍ଟରନେଟ୍ ଆସିବା ପରେ ଚିଠି ଦିଆ ନିଆରେ ପରିବର୍ତ୍ତନ ଆସିଛି । ଖାଲି ସେଥିରେ ନୁହେଁ, ଡାକଘର କଳେବରରେ ବି ବ୍ୟାପକ ପରିବର୍ତ୍ତନ ଆସିଥିଲା । ଅନ୍ୟମାନଙ୍କ ଠିକଣାରେ ମନ କଥା ପହଞ୍ଚାଉଥିବା ଡାକଘର ମଝିରେ ହଜି ଯିବ ବୋଲି ପ୍ରତିୟମାନ ହେଲା । କୁହାଯାଉଥିଲା ଡାକସେବାର ସ୍ଥାନ ନେଇ ସାରିଛି ମେଲ୍, ମେସେଞ୍ଜର ଓ ଅନ୍ୟ ସବୁ ଡିଜିଟାଲ ଆପ୍ଲିକେସନ । ପ୍ରେମ, ପ୍ରଣୟର ସାକ୍ଷୀ ଏବେ ପେମେଣ୍ଟ ବ୍ୟାଙ୍କର ସୁବିଧା ଯୋଗାଉଛି । ଏହାମାଧ୍ୟମରେ ବିଭିନ୍ନ ସରକାରୀ, ସାମାଜିକ ସୁରକ୍ଷା ଓ ସଞ୍ଚୟ ଯୋଜନାର ସୁବିଧା ନେଉଛନ୍ତି ଲୋକେ । ଆଧୂନିକ ଯୁଗରେ ଲୋକେ ଅଧିକ ଇମେଲ, ବିଭିନ୍ନ ମେସେଞ୍ଚରର ବହୁଳ ବ୍ୟବହାର କରୁଛନ୍ତି। ଫଳରେ ଡାକ ବ୍ୟବସ୍ଥା ଧିରେ ଧିରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ବହୁସ୍ଥାନରେ ଏବେ ବି ଏହାର ଲୋକପ୍ରିୟତା ଅଛି।
ସବୁଠାରୁ ବଡ଼ କଥା ସରକାରୀ ଓ ବେସରକାରୀ ବ୍ୟାଙ୍କ ପରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁନି ଏଠି । ବରଂ କେଇ ମିନିଟ୍ରେ ସେବା ମିଳିପାରୁଛି ଡାକଘରେ । ଖାଲି ସେତିକି ନୁହେଁ ଗୋଟିଏ ଗୋଟିଏ ପୋଷ୍ଟ ଅଫିସରୁ ପ୍ରତିଦିନ ପାଖାପାଖି ୧୨୦୦ଅଧିକ ଚିଠିପତ୍ର, ପାର୍ସଲ ଆଦି ଆସୁଛି । ଦିନକୁ ଦିନ ଡାକଘରକୁ ଫାଇନାନସିଆଲ ବା ଆକାଉଣ୍ଟେବୁଲ, ସ୍ପିଡପୋଷ୍ଟ ଚିଠି ଅଧିକ ଆସୁଛି । ପାର୍ସଲ, ଇଲେକ୍ଟ୍ରୋନିକ୍ସ ମନି ଅର୍ଡର, ପାନ୍କାର୍ଡ, ବ୍ୟାଙ୍କ ଖାତା, ଏଟିଏମ୍ ପରି ଅନେକ ଜିନିଷ ଡାକସେବା ମାଧ୍ୟମରେ ଯୋଗାଇ ଦିଆଯାଉଛି ସାଧାରଣ ଲୋକଙ୍କୁ । ଉଭୟ ସରକାରୀ ଓ ବେସରକାରୀ ଲୋକ ଏହି ସେବାର ସୁଯୋଗ ନେଉଛନ୍ତି । ୫୦ଗ୍ରାମ ସ୍ପିଡ୍ପୋଷ୍ଟକୁ ମାତ୍ର ୧୮ ଟଙ୍କା ଖର୍ଚ୍ଚ କରି ଗୋଟିଏ ଦିନରେ କଟକ ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ପଠାଇ ପାରିବାର ସୁବିଧା ରହିଛି । ସେହିପରି ଟୁଇନ୍ ସିଟି ବାହାରକୁ ହେଲେ ୫୦ଗ୍ରାମ ଚିଠିକୁ ମାତ୍ର ୪୧ଟଙ୍କା ଖର୍ଚ୍ଚ କରି ପଠାଇ ହେଉଛି । ଘରୋଇ ପାର୍ସଲ ସଂସ୍ଥା ଅପେକ୍ଷା ଡାକଘର ଉପରେ ଅଧିକ ବିଶ୍ୱାସ କରାଯାଉଛି । ଯାହାଫଳରେ ଦିନକୁ ଦିନ ଏହାର ବ୍ୟବହାର ବଢ଼ିଚାଲିଛି । ଆଗେ ଝୁଲା ନେଇ ଚିଠି ବାଣ୍ଟୁଥିବା ପୋଷ୍ଟମ୍ୟାନ୍ ଏବେ ସ୍ମାର୍ଟ ଫୋନର ଡେଲିଭରୀ ଆପ ବ୍ୟବହାର କରୁଛି । ଯାହାଦ୍ୱାରା ସେମାନେ ସୁବିଧା ଓ ସହଜରେ ଡେଲିଭରୀ କରିପାରୁଛନ୍ତି । ଏମିତି ଅନେକ ନୂତନତାକୁ ନେଇ ଆଧୁନିକତା ସହ ତାଳ ଦେଇ ଆଗେଇ ଚାଲିଛି ଡାକସେବା । ଆଉ ଡିଜିଟାଲ ଦୁନିଆ ସହ ତାଳ ଦେଇ ଏହା ଆଗକୁ ଆଗକୁ ନିଜର କଳେବର ବୃଦ୍ଧି କରିବାରେ ଲାଗିଛି ।
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।


