ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା
ନୂଆଦିଲ୍ଲୀ : ଆଜିଠୁ ୪ର୍ଥ ପର୍ଯ୍ୟାୟ ସର୍ବଭାରତୀୟ ଜେଇଇ ମେନ୍ ପରୀକ୍ଷା । ଏହି ପରୀକ୍ଷା ଚଳିତ ମାସ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ । ଦେଶର ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରୁ ପାଖାପାଖି ୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ସୂଚନା ଯେ, କରୋନା କଟକଣାରେ ପରୀକ୍ଷା ଆୟୋଜନ କରିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏଟିଏ କଡ଼ା ନିର୍ଦ୍ଦେଶ ଦେଇଛି । ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି । ଚଳିତବର୍ଷ ୪ ଥର ଜେଇଇ ମେନ୍ ହେଉଛି । ଯେଉଁ ପରୀକ୍ଷାର୍ଥୀମାନେ ଏକାଧିକଥର ପରୀକ୍ଷା ଦେଉଛନ୍ତି, ସେମାନଙ୍କର ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରହିବ । ତାହାକୁ ଗ୍ରହଣ କରାଯିବ ବୋଲି ଏଟିଏ ପକ୍ଷରୁ କୁହାଯାଇଛି ।
