ଆଜି ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ
ପୁରୀ : ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ହେରିଟେଜ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଓ ଗତ ରଥଯାତ୍ରାର ସମୀକ୍ଷା ନେଇ ଆଲୋଚନା କରାଯିବ।
ଅନ୍ୟପଟେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଛନ୍ତି। ଭକ୍ତମାନେ ପ୍ରମାଣପତ୍ରର ହାର୍ଡ କପି ପାଇବା ପାଇଁ ପୌରସଂସ୍ଥା ପକ୍ଷରୁ ରାଜନହର ସମ୍ମୁଖରେ ଦେୟମୁକ୍ତ ସେବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରେଖା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ। ଏଥିପାଇଁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
