ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଇମ୍ଫାଲ : ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୨ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଠ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଆଜି ଭୋଟିଂ ହେଉଥିବା ୨୨ଟି ଆସନରୁ ୧୫ଟି ଆସନ ବିଜେପି ହାତେଇବ ବୋଲି ଦାବି କରୁଛି । ଅନ୍ୟପକ୍ଷରେ କଂଗ୍ରେସ ୨୦ଟି ଆସନ ହାତେଇବ ବୋଲି ଦାବି କରୁଛି ।
ସେପଟେ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୨ଟି ପୁଲିଂ ବୁଥରେ ହିଂସା ହୋଇଥିବାରୁ ସେଠାରେ ମଧ୍ୟ ଆଜି ନିର୍ବାଚନ ହେଉଛି । ସେପଟେ ଉତ୍ତରପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ । ଆସନ୍ତା ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ । ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବ । ଆସନ୍ତା ୧୦ରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଲାଫଳ ଘୋଷଣା ହେବ ।
