ଆଜି ପବିତ୍ର ରାମ ନବମୀ : ଆପଣାନ୍ତୁ ଏହିସବୁ ଉପାୟ, ଜୀବନରୁ ଦୂରେଇ ଯିବ ସମସ୍ତ ଅଭାବ ଓ ଅସୁବିଧା
ରାମ ନବମୀ ପର୍ବ ହେଉଛି ହିନ୍ଦୁ ମାନଙ୍କର ଗୋଟିଏ ବଡ ଓ ପବିତ୍ର ପର୍ବ l ଚୈତ୍ର ମାସ ଶୁକ୍ଳ ପକ୍ଷ ର ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ , କାରଣ ଏହିଦିନ ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଙ୍କର ଜନ୍ମ ହୋଇଥିଲା ଏହି ଧରାପୃଷ୍ଠ ରେ l ମାନ୍ୟତା ରହିଛି ଯେ ଶ୍ରୀରାମ ଙ୍କ ଜନ୍ମ କର୍କଟ ଲଗ୍ନ ରେ ହୋଇଥିଲା l ସେହି ସମୟରେ ଚନ୍ଦ୍ରମା ପୁନର୍ବସୁ ନକ୍ଷତ୍ର ଓ ସୂର୍ଯ୍ୟ ମେଷ ରାଶିରେ ଥିଲେ l
ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଯଦି ପୂଜାର୍ଚନା କରାଯାଏ ତେବେ ଜିବନର ଅନେକ ବାଧା ବିଘ୍ନ ଦୂର ହୋଇଥାଏ l
*ମାନ୍ୟତା ରହିଛି ଯେ ରାମ ନବମୀ ଦିନ ଯଦି ଘରେ ହୋମ କରାଯାଏ ତେବେ ଘରର ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l ଏହି ହୋମରେ ଗୁଗୁଳ, ଜ ଓ ହବନ ସାମଗ୍ରୀ ପ୍ରୟୋଗ କରିବା ସମୟରେ ଶ୍ରୀ ରାମଙ୍କ ନାମ ନେବାକୁ ଭୁଲିବେ ନାହିଁ l କାରଣ ରାମ ନାମ ରେ ଏତେ ମାହାତ୍ମ୍ୟ ରହିଛି ଯେ ଯାହା ଜୀବନର ସମସ୍ତ ଅସୁବିଧାକୁ ଦୂର କରି ଦେଇଥାଏ l
*ରାମ ନବମୀ ଦିନ ରାମ ଯନ୍ତ୍ର ସ୍ଥାପନା କରିବା ଖୁବ ଶୁଭ ଅଟେ l ଏହି ଯନ୍ତ୍ରକୁ ପୂର୍ବ ଦିଗକୁ ମୁଖ କରି ଶ୍ରୀରାମ ଙ୍କ ନାମ ଜପ କରି ସ୍ଥାପନା କରନ୍ତୁ l ଏହାକୁ ନିଜ ଠାକୁର ଘରେ ଗଙ୍ଗା ଜଳ ଛିଂଚି ପଞ୍ଚାମୃତ ରେ ଧୋଇ ସ୍ଥାପନା କରିବା ଆବଶ୍ୟକ l
*ଦାମ୍ପତ୍ୟ ଜୀବନରେ ସୁଖ ପାଇଁ : ଯଦି ଆପଣ ଦାମ୍ପତ୍ୟ ଜୀବନ ରେ ସୁଖଶାନ୍ତି ଚାହୁଁଛନ୍ତି ତେବେ ରାମ ଯନ୍ତ୍ର ସାମ୍ନା ରେ ବସି “ହିଂ ରାମାୟ ନମଃ” ୧୦୮ ଥର ଜପ କରନ୍ତୁ l ଦେଖିବେ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ l
*ବିଦ୍ୟାରେ ମିଳିବ ସଫଳତା : ଯଦି ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବାକୁ ଚାହୁଁଛନ୍ତି କିମ୍ବା ଜ୍ଞାନ ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ” ଏଁ ରାମାୟ ନମଃ ” ୧୦୮ ଥର ଜପ କରନ୍ତୁ l
*ବ୍ୟବସାୟରେ ଉନ୍ନତି ପାଇଁ : ଯଦି ଆପଣ ବ୍ୟବସାୟ, ଚାକିରୀ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ନିଜ ଅଫିସ ରେ ରାମ ଯନ୍ତ୍ର ସ୍ଥାପନା କରି , ତା ସାମ୍ନାରେ ଗୋଟିଏ ଘିଅ ଦୀପ ଜଳାଇ ‘ କ୍ଳିଙ୍ଗ ରାମାୟ ନମଃ ‘ଜପ କରନ୍ତୁ l
*ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ : ରାମ ନବମୀ ଦିନ ରାମ ଚରିତ ମାନସ ର ଏହି ମନ୍ତ୍ରଟି କୁ ଜପ କରନ୍ତୁ ୧୦୮ ଥର ” ଜେ ସକାମ ନର ସୁନାହି ଜେ ଗବାହୀ , ସୁଖ ସମ୍ପତ୍ତି ନାନା ବିଧି ପାବହି l “
