ଆଜି ଜିଏସ୍ଟି ପରିଷଦର ୪୭ତମ ବୈଠକ; ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ : ବସ୍ତୁ ଏବଂ ସେବା କର(ଜିଏସ୍ଟି) ପରିଷଦର ଦୁଇଦିନିଆ ୪୭ତମ ବୈଠକ ଚଣ୍ଡୀଗଡ଼ରେ ଅନୁଷ୍ଠିତ ହେବେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣର ଅଧ୍ୟକ୍ଷତାରେ ହେବାକୁ ଥିବା ପରିଷଦର ବୈଠକ ମଙ୍ଗଳବାର ୧୧ଟାରେ ଆରମ୍ଭ ହେବ । ବୁଧବାର ଏହାର ସମାପ୍ତ ହେବ । ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱୀଟ୍ କରି ସୂଚନା ଦିଆଯାଇଛି ।
ଅର୍ଥ ମନ୍ତ୍ରାଳୟ ମୁତାବିକ ବୈଠକରେ ଅର୍ଥ ରାଜ୍ୟମନ୍ତ୍ରୀ ଏମ୍ପିପି ଚୌଧୁରୀଙ୍କ ବ୍ୟତୀତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାର ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବେ । ଏହି ବୈଠକର ଆୟୋଜନ ଶ୍ରୀନଗରରେ ହୋଇଥିଲା । ମାତ୍ର ଛଅ ମାସ ପରେ ହେବାକୁଥିବା ଏହି ବୈଠକ ଚଣ୍ଡୀଗଡ଼ରେ ହେବ ।ଜିଏସ୍ଟି ଦରକୁ ଯୁକ୍ତିସଙ୍ଗତ ବନାଇବା ଏବଂ ଟ୍ୟାକ୍ସ ସ୍ଲୋବରେ ପରିବର୍ତନ ଏବଂ ଛୁଟ୍ ସହିତ ଅନ୍ୟ ଉପରେ ବିଚାର କରିବାକୁ ଏବଂ ଏହା ଉପରେ ଫୈସଲା ଏହି ବୈଠକରେ ନେବାକୁ ସମ୍ଭାବନା ଅଛି । ଶ୍ରୀନଗରରେ ୨୦୧୭ରେ ଜିଏସ୍ଟି ଲାଗୁ ହେବା ପୂର୍ବରୁ ପରିଷଦର ୧୪ତମ ବୈଠକ ହୋଇଥିଲା ।
