ଆଜି ଶହେ ପୋଲିସ ଅଧିକାରୀଙ୍କୁ ମିଳିବ ଡିଜିପି ଡିସ୍କ ଆୱାର୍ଡ
ଭୁବନେଶ୍ୱର : ଆଜି ଶହେ ପୋଲିସ ଅଧିକାରୀଙ୍କୁ ମିଳିବ ଡିଜିପି ଡିସ୍କ ଆୱାର୍ଡ । ପୋଲିସ ପ୍ରତିଷ୍ଠା ଦିବସରେ ମିଳିବ ଏହି ଆୱାର୍ଡ । ଶହେ ଜଣ ସଚ୍ଚୋଟ ଅଧିକାରୀ ଓ ଯବାନଙ୍କୁ ଏହି ଆୱାର୍ଡରେ ସମ୍ମାନୀତ କରାଯିବ। ଏନେଇ ଗତ ୨୮ ତାରିଖରେ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏପ୍ରିଲ ପହିଲାରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ଦୁଇ ସ୍ୱର୍ଗତ ଯବାନଙ୍କ ସହିତ ରାଜ୍ୟ ପୋଲିସର ଶହେ ବୀରଙ୍କୁ ଡିଜିପି ଡିସ୍କ ଆୱାର୍ଡପ୍ରଦାନ କରାଯିବ । ପ୍ରତ୍ୟେକ ବର୍ଷ ପୋଲିସ ବିଭାଗରେ କାର୍ଯ୍ୟରତ ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ ଡିଜିପି ଡିସ୍କ ଆୱାର୍ଡ ଦିଆ ଯାଏ।
ଓଡିଶା ପୋଲିସ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୧/ଏସିଆର ସେଲ ଅନୁଯାୟୀ ଚଳିତ-୨୦୨୧/୨୨ ବର୍ଷ ପାଇଁ ୮୭ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୱାର୍ଡ ଅଫ ଦି ଡିଜିପି ଡ଼ିସ୍କରେ ୧୦୦ ଯବାନଙ୍କୁ ସମ୍ମାନିତ କରାଯିବ । ଆସନ୍ତା ଏପ୍ରିଲ ୧ ତାରିଖ ତଥା ଉତ୍କଳ ଦିବସରେ ପୋଲିସ ମହାନିର୍ଦ୍ଦେଶକ ଏସକେ ବଂଶଲ ଏହି ପୁରସ୍କାର ଦେବେ । ଆୱାର୍ଡ ଅଫ ଦି ଡିଜିପି ଡ଼ିସ୍କ ପାଇବାକୁ ଯୋଗ୍ୟଙ୍କ ମଧ୍ୟରେ ଜଣେ ଅତିରିକ୍ତ ଡିଜି ତିନି ଜଣ ଏସ୍ପି, ଦୁଇ ଜଣ କମାନଡାଣ୍ଟ, ଜଣେ ଜେପୁଟି କମାନଡାଣ୍ଟ ଓ ଦୁଇ ଜଣ ଆସିସଟାଣ୍ଟ କମାନଡାଣ୍ଟ ଅଛନ୍ତି ।
ଏହା ବ୍ୟତୀତ ତାଲିକାରେ ଏଏସପି -୪, ଏଡିସିପି – ୨, ଏସିପି – ୨, ଡିଏସପି – ୧୧, ଇନ୍ସପେକ୍ଟର-୧୮, ଏସଆଇ- ୧୪, ଏଏସଆଇ – ୮, ହାବିଲଦାର- ୩, କନେଷ୍ଟବଳ- ୧୬, ସିପାହୀ- ୧, କମାଣ୍ଡୋ- ୬, ଓଏପିଏଫ୍ – ୪ ଅଛନ୍ତି । ମରଣତ୍ତୋର ଡ୍ରାଇଭର ହାବିଲଦାର ମନୋଜ ନାୟକ ଓ କନେଷ୍ଟବଳ ପୂର୍ଣ୍ଣ ଚନ୍ଦ୍ର ଭତ୍ରାଙ୍କୁ ମଧ୍ୟ ଜିଡିପି ପୁରସ୍କାର ମିଳିବ । ରାୟଗଡା ଜିଲ୍ଲା କେନ୍ଦୁଗୁଡ଼ା ଫାଣ୍ଡିରେ କାର୍ଯ୍ୟରତ ଏଏସଆଇ କିଶୋର ଚନ୍ଦ୍ର ବେହେରା ଓ ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କୁ ଓଡିଶା ପୋଲିସ ବିଭାଗ ତରଫରୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି । ନିଷ୍ଠାପର କାର୍ଯ୍ୟ ଓ ଉତ୍ତମ ସେବା ପାଇଁ ଏସମସ୍ତଙ୍କୁ ଡିଜିପି ଡିସ୍କ ଆୱାର୍ଡ ଦିଆଯିବ ।
