ଆଜିର ଭାଗ୍ୟଫଳ (ରବିବାର, ୨୦/୧୧/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ….
ଆଜି ୨୦୨୨ ନଭେମ୍ବର ୨୦ ତାରିଖ । ରବିବାର । ବିଛା ମାସ ୫ଦିନ । ମାର୍ଗଶିର ମାସ । କୃଷ୍ଣ ପକ୍ଷ। ଏକାଦଶୀ ତିଥି ଦିବା ୧୦ଟା ୪୧ମିନିଟ୍ ପରେ ଦ୍ଵାଦଶୀତିଥି । ହସ୍ତା ନକ୍ଷତ୍ର । କନ୍ୟାରାଶିରେ ଚନ୍ଦ୍ର । ପ୍ରୀତିଯୋଗ । ବାଳବ କରଣ ଦିବା ୧୦ଟା ୪୧ମିନିଟ୍ ପରେ କୌଳବ କରଣ । ମେଷ ରାଶିର ଘାତବାର । ବୃଷରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ସକାଳ ୧୦ଟା ୪୧ମିନିଟ୍ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ସକାଳ ୧୦ଟା ୪୧ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୯ମିନିଟ୍ ରୁ ୧୨ଟା ୫୪ମିନିଟ୍, ରାତ୍ରି ୧ଟା ୯ମିନିଟ୍ ରୁ ୨ଟା ୪୭ମିନିଟ୍ । ଶୁଭସମୟ- ସକାଳ ୬ଟା ୪୬ମିନିଟ୍ ରୁ ୮ଟା ୫୬ମିନିଟ୍, ଦିବା ୧୨ଟା ୫୫ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୩ଟା ୩୮ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ୯ଟା ୨୧ମିନିଟ୍, ରାତ୍ର ୧୧ଟା ୫୯ମିନିଟ୍ ରୁ ୧ଟା ୮ମିନିଟ୍, ରାତ୍ର ୨ଟା ୪୮ମିନିଟ୍ ରୁ ୬ଟା ୧ମିନିଟ୍ । ପର୍ବଦିନ- ସର୍ବସମ୍ମତ ଉତ୍ପନ୍ନା ଏକାଦଶୀ ।
ମେଷ : ଆଜି ଆପଣଙ୍କ ଜୀବନରେ କୌଣସି କାରଣ ପାଇଁ ଧନର ଅଭାବ ହୋଇପାରେ । କାହା କଥାରେ ପଡନ୍ତୁ ନାହି । ବାଟ ବିଗିଡି ପାରେ । ଆବଶ୍ୟକ ନିସ୍ପତି ବିଚାର କରି ନିଅନ୍ତୁ । ବ୍ୟବସାୟ ଠିକ ଚାଲିବ । ଚାକିରି ରେ କାର୍ଯ୍ୟ ଭାର ରହିବ । କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମ ବା ଆୟୋଜନ ହୋଇପାରେ । ଧନ ସମ୍ପତି ର ମାର୍ଗ ରେ ବାଧା ଆସି ପାରେ । ବହୁ ମୂଲ୍ୟ ବସ୍ତୁ ଦାୟିତ୍ବରେ ରଖନ୍ତୁ । ମନରେ ଶାନ୍ତି ରହିବ ।
ବୃଷ : ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆଜି ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଅଧିକ ଟଙ୍କା ରୋଜଗାର କରିବେ । ଆପଣଙ୍କ ଜୀବନରେ କୌଣସି ଖାସ ବ୍ୟକ୍ତିଙ୍କ ଆଗମନ ହୋଇପାରେ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ର ଶୁଭାରମ୍ଭ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
ମିଥୁନ : ଏହି ରାଶିର ଲୋକ ମାନେ ନିଜ ଜୀବନରେ କିଛି ନୂଆ କରିବା ପାଇଁ ପ୍ଳାନ କରିବେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଅଚାନାକ ଧନ ଲାଭ ହେବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭାବନ ହେବା ସହ ନୂଆ ନିବେଶ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଜୀବନରେ କିଛି ଖାସ ପରିବର୍ତ୍ତନ ହେବାକୁ ଯାଉଛି ।
କର୍କଟ : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ନୂଆ ଚାକିରି ପାଇବେ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହିବାର ଆଜି ଉପଯୁକ୍ତ ସମୟ ଅଟେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
ସିଂହ : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ରହିବ । କୌଣସି ବ୍ୟକ୍ତି ଙ୍କ ସହ ଆପଣଙ୍କର ମିତ୍ରତା ହୋଇପାରେ । ସମାଜ ରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଘର ପରିବାରରେ ହସ ଖୁସିର ମାହୋଲ ରହିବ ।
କନ୍ୟା : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ପାଇବେ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ପାରିବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ ।
ତୁଳା : ଏହି ରାଶିର ଲୋକ ମାନଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ଆପଣଙ୍କର କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହେବ । ବ୍ୟବସାୟରେ ଆପଣ ନୂଆ ନିବେଶ କରିବା ସହ କିଛି ନୂଆ ପ୍ଳାନ କରିବେ । ଯେଉଁ ମାନେ ରାଜନୀତି ଓ କଳା କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ ।
ବିଛା : ଏହି ରାଶିର ଲୋକ ମାନେ ନିଜ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ସମାଜ ରେ ଆପଣ ପ୍ରଶଂସା ର ପାତ୍ର ହେବେ । ଯାହା ପାଇଁ ଅନ୍ୟ ମାନେ ଆପଣଙ୍କର ପ୍ରେରଣା ପାଇବେ । ଆଜି ଆପଣ କୌଣସି ବଡ ନିସ୍ପତି ନେବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।
ଧନୁ : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ପ୍ରେମ ଜୀବନ ଆପଣଙ୍କର ସଫଳ ରହିବ । ବ୍ୟବସାୟ ରେ ଆପଣଙ୍କର ଅଧିକ ଲାଭ ହେବା ସହ ନୂଆ ନିବେଶ କରିବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭାଇ ଭଉଣୀ ଙ୍କ ଠାରୁ ଆପଣ ସମର୍ଥନ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆପଣଙ୍କ ଜୀବନରେ ଖୁଶିର ସମୟ ଆସିବାକୁ ଯାଉଛି ।
ମକର : ଏହି ରାଶିର ଲୋକ ମାନେ ଆଜି କୌଣସି ନୂଆ ଦାୟିତ୍ଵ ପାଇବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କ ଅଧିକ ସମୟ ବିତାଇବେ । ଆୟ କମାଇବାର ନୂଆ ମାର୍ଗ ଆପଣ ପାଇବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
କୁମ୍ଭ : ଏହି ରାଶିର ଲୋକ ମାନେ କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ପ୍ରିୟଜନ ଓ ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗ୍ରହୀ ହେବେ । ମହିଳା ମାନେ ନୂଆ ଉପହାର କିଣିବେ । ସନ୍ତାନ ମାନଙ୍କୁ ନେଇ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ ।
ମୀନ : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ଙ୍କ ସହଯୋଗ ଆପଣ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
