ଆଜିର ଭାଗ୍ୟଫଳ (ବୁଧବାର, ୨୭/୧୦/୨୦୨୧), ଶ୍ରୀ ଗଣେଶଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ
ଆଜି ୨୦୨୧ ଅକ୍ଟୋବର ୨୭ ତାରିଖ । ବୁଧବାର । ତୁଳାମାସ ୧୧ ଦିନ । କାର୍ତ୍ତିକମାସ । କୃଷ୍ଣପକ୍ଷ । ଷଷ୍ଠୀତିଥି ଦିବା ୧୦ଟା ୫୦ମିନିଟ୍ ଗତେ ସପ୍ତମୀ ତିଥି । ଆର୍ଦ୍ରା ନକ୍ଷତ୍ର ସକାଳ ୭ଟା ୭ମିନିଟ୍ ଗତେ ପୁନର୍ବସୁ ନକ୍ଷତ୍ର । ମିଥୁନ ରାଶିରେ ଚନ୍ଦ୍ର । ସିଦ୍ଧଯୋଗ । ବାଣିଜ୍ୟ କରଣ ଦିବା ୧୦ଟା ୫୦ମିନିଟ୍ ଗତେ ବିଷ୍ଟି କରଣ । କର୍କଟ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧୦ଟା ୫୦ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ଦିବା ୧୦ଟା ୫୦ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ସପ୍ତମୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୩୯ମିନିଟ୍ ରୁ ଦିବା ୧୦ଟା ୫ମିନିଟ୍, ଦିବା ୧୧ଟା ୩୧ମିନିଟ୍ ରୁ ଦିବା୧୨ଟା ୫୫ମିନିଟ୍, ରାତ୍ରି ୨ଟା ୪୦ମିନିଟ୍ ରୁ ରାତ୍ରି ୪ଟା ୧୪ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୫୦ମିନିଟ୍ ରୁ ୮ଟା ୪ମିନିଟ୍, ଦିବା ୧୦ଟା ୨୩ମିନିଟ୍ ରୁ ୧୧ଟା ୨୯ମିନିଟ୍, ଦିବା ୧ଟା ୨୫ମିନିଟ୍ ରୁ ୩ଟା ୩୯ମିନିଟ୍, ସନ୍ଧ୍ୟା ୬ଟା ୩ମିନିଟ୍ ରୁ ୬ଟା ୫୧ମିନିଟ୍, ରାତ୍ର ୮ଟା ୩୪ମିନିଟ୍ ରୁ ରାତ୍ର ୨ଟା ୩୯ମିନିଟ୍, ରାତ୍ର ୪ଟା ୧୫ମିନିଟ୍ ରୁ ୫ଟା ୪୮ମିନିଟ୍ ।
ମେଷ:-
ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ପୁରାତନ ରୋଗର ପ୍ରକୋପ ହ୍ରାସ ହୋଇ ଶରିର ସୁସ୍ଥ ରହିବ । ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ବିଶେଷ ଲାଭ କରି ପାରିବେ ଓ ଉତ୍ତମ ରୋଜଗାର ହେବ । କର୍ମନିଯୁକ୍ତି କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂରଣ ହୋଇପାରେ । ବାଦବିବାଦ ଓ ମାଲିମକଦ୍ଦମାର ଅବସାନ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ବୃଷ:-
ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।
ମିଥୁନ:-
ପିଲାମାନଙ୍କ ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିବ । ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ପାଇବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଉଚିତପନ୍ଥା ଗ୍ରହଣ କଲେ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ନୂତନ ଚାକିରି ପାଇଁ ପ୍ରୟାସ ଜାରି ରଖିବେ । ପ୍ରତିକାର- ମସ୍ତକରେ ଶ୍ଵେତଚନ୍ଦନରେ କର୍ପୁର ମିଶେଇ ଟିକା ଲଗାନ୍ତୁ ।
କର୍କଟ:-
କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଉପରିସ୍ଥ କର୍ମୀଙ୍କଠାରୁ ସମ୍ମାନ ପାଇବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ସିଂହ:-
ସ୍ୱାସ୍ଥ୍ୟରେ ଉନ୍ନତି, ବିଦ୍ୟାରେ ଯଥେଷ୍ଟ ଫଳ ପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇ ପାରନ୍ତି । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଚେଷ୍ଟାକଲେ ମାଲିମୋକଦ୍ଦମାର ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।
କନ୍ୟା:-
ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ । ମହିଳାମାନଙ୍କ ସୌଖୀନ ଦ୍ରବ୍ୟାଦି ବ୍ୟବସାୟରେ ଅଧିକଲାଭ କରିପାରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିପାଇବା ଫଳରେ ଦୀର୍ଘଦିନର ଆଶା ପୂରଣ ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ଗୃହାରମ୍ଭ, ଦୁରଯାତ୍ରା, ଯାନବାହାନ କିଣନ୍ତୁ ନାହିଁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ତୁଳା:-
ଶାରିରୀକ ଅସୁସ୍ଥତା ଦୂରହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବାଦବିବାଦ, ମାଲି ମକଦ୍ଦମାର ସମାଧାନ ହେବ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-
ସରକାରୀ କ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ଉନ୍ନତି କରିବେ ଓ ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ବ୍ୟବସାୟ କ୍ଷେତ୍ରରୁ ସାମାନ୍ୟ ଲାଭ ମିଳିବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଠିକ୍ ରହି ନ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-
ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ । ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । କର୍ମୋନ୍ନତି, ସନ୍ତାନସୁଖ ପ୍ରାପ୍ତି, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
ମକର:-
ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ଉଚ୍ଚ ସମ୍ଭବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ପରିଶ୍ରମ, ମେହନତର ପରିଣାମ ମିଳିବ । ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କୁମ୍ଭ:-
ସନ୍ତାନ ଯୋଗେ ଆନନ୍ଦିତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ତୀର୍ଥ ଯାତ୍ରା କରି ଦେବ ଦର୍ଶନ କରିବା ପାଇଁ ମନ ବଳେଇ ପାରନ୍ତି । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମୀନ:-
ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ । ବନ୍ଧୁ ମିଳନରେ ମନ ପ୍ରଫୁଲ୍ଲ ରହିବ ଓ ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ । ଆର୍ଥିକସ୍ଥିତି ପୂର୍ବପରି ଠିକ୍ ରହିବ । ପରିବା ଚାଷି ଓ ବ୍ୟବସାୟୀମାନେ ଆଶାତୀତ ଲାଭ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ ।
