ଆଜିର ହସକଥା
ପିତା(ପୁତ୍ର କୁ)- ଦେଖ ପୁଅ, ଜୁଆ ଖେଳନ୍ତି ନାହିଁ । ଏହା ଏପରି ଅଭ୍ୟାସ ଅଟେ ଯେ ଯଦି ଏଥିରେ ଆଜି ଜିତିବ ତ କାଲି ହାରିବ, ପରଦିନ ଜିତିବ ତ ତାର ପରଦିନ ହାରିଯିବ ।
ପୁଅ- ବାସ,ବାପା! ମୁଁ ବୁଝିଗଲି, ଆଗକୁ ମୁଁ ଦିନେ ଛାଡି ଦିନେ ଖେଳିବି।
ଗୋଟିଏ ଶୁଆ ଗୋଟିଏ କାର ସହିତ ଧକ୍କା ହେଲା, ତ ସେହି କାର ବାଲା ତାକୁ ଉଠେଇଲ ତାପରେ ପିଞ୍ଜରାରେ ପୁରେଇଦେଲା । ଆର ଦିନ ଯେତେବେଳେ ଶୁଆ ର ହୋଶ ଆସିଲା, ସେ କହିଲା, ଆଇଲା! ଜେଲ, କାର ବାଲା ମରିଗଲା କି ଆଉ!!!
ସ୍ତ୍ରୀ ନିଜର ସ୍ଵାମୀଙ୍କୁ କହିଲେ- ରାତିରେ ତୁମେ ସ୍ଵପ୍ନରେ ମୋତେ ଗାଳି ଦେଉଥିଲ ଆଉ ମାଆ ବାପାଙ୍କୁ ଗାଳି କରୁଥିଲ କାହିଁକି?
ସ୍ଵାମୀ- ତୁମେ ମିଛ କହୁଛ କାହିଁକି! ମୁଁ ସେତେବେଳେ ଶୋଇନଥିଲି।
ଛୋଟ ଝିଅଟିଏ ନିଜର ମାଆଙ୍କୁ ପଚାରିଲା- ମମ୍ମି, ତୁମେ କହିଥିଲ ନା ଯେ ପରୀଙ୍କର ଡେଣା ଥାଏ ଏବଂ ସେମାନେ ଉଡି ପାରନ୍ତି ନା?
ମମ୍ମି- ହଁ ଝିଅ, କହିଥିଲି ।
ଝିଅ- କାଲି ରାତିରେ ବାପା ଆୟାକୁ କହୁଥିଲେ ଯେ ସେ ପରୀ ଅଟେ। ସେ କେବେ ଉଡିବ ମମ୍ମି?
ମମ୍ମି(ସାନ ଝିଅକୁ)- ସକାଳ ହେବାମାତ୍ରେ ଉଡିଯିବ ଝିଅ ।
ଗୋଟିଏ ଛୁଆ ଅନ୍ୟ ଛୁଆକୁ ପଚାରିଲା- କଣ ତୁମେ ଚିନୀ ଭାଷା ପଢିପାରିବ?
ଅନ୍ୟ ଛୁଆ କହିଲା- ହଁ , ଯଦି ତାହା ହିନ୍ଦୀ କିମ୍ବା ଇଂରାଜୀରେ ଲେଖା ହୋଇଥିବ ତାହେଲେ ।
