ଆଜିର ହସକଥା
ବିବାହ ପୁର୍ବରୁ ବାବୁ ! ବାହାଘର ପରେ କେବେ ବାବୁଲାଲ୍ ହୋଇଯାଏ ଜଣାପଡେ ନାହିଁ ।
ବାପା- ପୁଅ ଗୋଟେ ଜମାନା ଥିଲା ଯେବେ ମୁଁ ୧୦ ଟଙ୍କା ନେଇକରି ବଜାର ଯାଉଥିଲି ଓ ସଉଦା, ପରିବା କ୍ଷୀର ସବୁ ନେଇକରି ଆସୁଥିଲି।
ପୁଅ- ବାପା ଏବେ ଜମାନା ବଦଳିଯାଇଛି, ଆଜିକାଲି ସବୁ ଦୋକାନରେ ସିସିଟିଭି କ୍ୟାମେରା ଲାଗିଯାଇଛି ।
ଏକ ଛାତ୍ର ଭଗବାନଙ୍କୁ କହିଲା- ଟଙ୍କାର ଦାମ୍ ୭୩ ଟଙ୍କା ଯାଏଁ ପହଞ୍ଚିଲା, ପେଟ୍ରୋଲ୍ ୧୦୩, କ୍ଷୀର ୫୦ ଟଙ୍କା ଓ ପିଆଜ ୧୦୦ ଟଙ୍କା ତାପରେ ବି ଆପଣଙ୍କୁ ବହୁତ ବହୁତ୍ ଧନ୍ୟବାଦ ପାଶିଙ୍ଗ୍ ମାର୍କ ବି ଆଜି ଯାଏଁ ୩୫ ପ୍ରତିଶତ ରଖିଛ ।
ଏକ ଛାତ୍ର ଫେସବୁକରେ ଷ୍ଟାଟସ୍ ଅପଡେଟ୍ କଲା ଏଠାରେ କ୍ଲାସ୍ ଚାଲୁଛି ଓ ମୁଁ ଅନଲାଇନ୍ ଅଛି । ହା ହା ହା ।
ଶିକ୍ଷକ- ଆଗକୁ କମେଣ୍ଟ କଲେ, ପୁଅ ଟେଷ୍ଟ ଜିରୋ ମିଳିଛି, ଆସିକରି ଦେଖିବ କି ମୁଁ ଟ୍ୟାଗ୍ କରିବି ।
କ୍ଲାସରେ ସବୁ ପୁଅ ପିଉସି ପିଉସି କହୁଥିଲେ !
ଦିନେ ଟିନା ଏହାର ଅଭିଯୋଗ ଶିକ୍ଷକଙ୍କୁ କରିଦେଲା।
ଶିକ୍ଷକ ସବୁ ପୁଅମାନଙ୍କୁ ପଚାରିଲେ ଯେଉଁମାନେ ଟିନାକୁ ପିଉସି ପିଉସି କହି ଚିଡାଉଛ ସିଏ ଠିଆ ହୋଇଯାଅ।
ଗୋଟେ ପୁଅକୁ ଛାଡିକରି ସବୁ ଠିଆ ହୋଇଗଲେ।
ଶିକ୍ଷକ ପଚାରିଲେ- କଣ ତୁମେ ଏହି ଝିଅକୁ ପିଉସି କହୁନ ?
ପୁଅ- ସାର୍, ମୁଁ ତ ପିଉସା ଅଟେ ନା ।
