ଆଜିର ହସକଥା
ସାଙ୍ଗ- ପତ୍ନୀ ସହିତ ଝଗଡା ଶେଷ ହେଲା କି ।
ସ୍ଵାମୀ- ଆଣ୍ଠେଇକି ଚାଲିକି ଆସିଥିଲା ମୋ ପାଖକୁ… ଆଣ୍ଠେଇକି… ।
ସାଙ୍ଗ- କଣ କହୁଛୁରେ ।
ସ୍ଵାମୀ- ଆଉ ନୁହେଁ ତ କଣ… ।
ସାଙ୍ଗ- ତାପରେ କଣ କହିଲା ।
ସ୍ଵାମୀ- କହିଲା ପଲଙ୍କ ତଳୁ ବାହାରକୁ ଆସ… ମୁଁ ଝାଡୁ ରଖିଦେଇଛି… ଏବେ ମାରିବି ନାହିଁ .…. ।
ସ୍ଵାମୀ- କଣ ତୁମେ ମୋର ଜୀବନର ଚାନ୍ଦ ହେବ?
ପତ୍ନୀ- (ଖୁସି ହୋଇ)- ହଁ ସ୍ଵାମୀ…!
ସ୍ଵାମୀ- ବହୁତ ଭଲ, ତ ମୋଠାରୁ ୩,୮୪,୦୦୦ କିଲୋମିଟର ଦୂରରେ ରୁହ…!!!
ତାପରେ ସ୍ଵାମୀଙ୍କର ହେଇଛି ଜୋରଦାର ମାଡ….
ଝିଅ ଏଟିଏମ ପାଖରେ ପପ୍ପୁକୁ କହିଲା… ।
ଭାଇ ମୋତେ ମୋର ବାଲାନ୍ସ ଚେକ କରିବାର ଅଛି, ଆପଣ ମୋର ସହାୟତା କରନ୍ତୁ।
ପପ୍ପୁ- ଝିଅକୁ ଏକ ଜୋରରେ ଲାତ ମାରିଲା… ଝିଅ ପଡିଗଲା!
ପପ୍ପୁ (ଝିଅକୁ)- ଆପଣଙ୍କ ବାଲାନ୍ସ ବହୁତ ଖରାପ ଅଟେ…!!!
ତାପରେ ଝିଅ ପପ୍ପୁକୁ ଜବରଦସ୍ତ ମାଡ ଦେଲା….
ସ୍କୁଲରୁ ଆସିବା ପରେ ପପ୍ପୁ ନିଜର ବାପାଙ୍କୁ କହିଲା… ।
ପପ୍ପୁ- ବାପା ମୋତେ ମାଡାମ ପ୍ରତିଦିନ ପିଟୁଛନ୍ତି ।
ବାପା- ତୁ ଭୟ ନକର ପୁଅ, ତୁ ତ ସିଂହର ପୁଅ ଅଟେ!
ପପ୍ପୁ- ମାଡାମ ମଧ୍ୟ ଏହା କହୁଛନ୍ତି ।
ବାପା – କଣ?
ପପ୍ପୁ- କେଜାଣି କେଉଁ ପଶୁର ପୁଅ ଅଟେ… କିଛି ପଢୁନାହିଁ ….
