ଆଜି ସମବାୟ ସମିତି ନିର୍ବାଚନ, ସକାଳ ୭ଟାରୁ ଭୋଟ ଗ୍ରହଣ
୪ଲକ୍ଷ ୫୩ହଜାର ୬୧୦ ଭୋଟର କରିବେ ମତଦାନ
୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ, ୨୪୪ଟି ବୁଥ ସମ୍ବେଦନଶୀଳ ଚିହ୍ନଟ
ଭୁବନେଶ୍ୱର : ଆଜି ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ଅନୁଷ୍ଠିତ ହେବ । ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ । ୭୩୧ଟି ସମିତିରୁ ୨୪୪ଟି ବୁଥ୍ କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ବୁଥଗୁଡ଼ିକରେ ମାଜିଷ୍ଟ୍ରେଟ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ସହ ଅନ୍ୟାନ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସମ୍ବେଦନଶୀଳ ବୁଥଗୁଡିକରେ ସିସିଟିଭି ଲଗାଯାଇଛି । ଜିଲାପାଳ ଏବଂ ଏସପି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ । ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ପଦକ୍ଷେପ ନିଆଯାଇଛି । ନିର୍ବାଚନ ପରିଚାଳନା ପାଇଁ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି । ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଭୋଟର ମତଦାନ କରିବେ । ଭୋଟ ଗ୍ରହଣ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ସେହିପରି ଆସନ୍ତା ଜୁନ୍ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିନର ଭୋଟ ଗ୍ରହଣ ହେବ । ୩ ହଜାର ୨୫୨ ପ୍ରାଥମିକ ସମବାୟ ସମିତିରୁ ୨ ହଜାର ୫୨୧ଟି ସମିତିରେ ସଦସ୍ୟ, ସଦସ୍ୟାମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।
