ଆଜି ଜଗତସିଂହପୁର ପାଇଁ ୨୧୫ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜଗତସିଂହପୁରର ବିକାଶ ଓ ଲୋକମାନଙ୍କ ସୁବିଧା ପାଇଁ ୨୧୫ କୋଟି ଟଙ୍କାର (୨୯ଟି) ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ହେବାକୁ ଯାଉଛି। ଆଜି ଅପରାହ୍ନ ୫ଟାରେ ଭର୍ଚୁଆଲ ମାଧ୍ୟମରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ୨୯ଟି ପ୍ରକଳ୍ପ ନିମନ୍ତେ ୨୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏନେଇ ସିଏମଓ ଓଡିଶା ଟ୍ୱିଟର ପକ୍ଷରୁ ଜଣାପଡିଛି ।
ଜଗତସିଂହପୁରର ବିକାଶ ଓ ଲୋକମାନଙ୍କ ସୁବିଧା ପାଇଁ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆଜି ଏହାର ଶୁଭାରମ୍ଭ କରୁଛନ୍ତି। #Odisha pic.twitter.com/aOLitNovMv
— CMO Odisha (@CMO_Odisha) August 13, 2021
ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ତଳ କୁସୁମା ଲଂକାପଡା ମଧ୍ୟରେ ପାଇକା ନଦୀ ଉପରେ ଉଚ୍ଚ ସେତୁ, ପାରାଦୀପରେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଜଗତସିଂହପୁରଠାରେ ନୂତନ ପର୍ଯ୍ୟଟନ କାର୍ଯ୍ୟାଳୟ,ପାରାଦୀପଠାରେ ଶିଳ୍ପ ତାଲିମ କେନ୍ଦ୍ର, ରଘୁନାଥପୁର ଓ ଏରସମାଠାରେ ଆଦର୍ଶ ବିଦ୍ୟାଳୟ ଆଦି ସହିତ ୨୯ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏଥି ମିମନ୍ତେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବାଲିକୁଦା, ଏରସମା, ରଘୁନାଥପୁର, ତିର୍ତ୍ତୋଲ ଓ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ସାଧାରଣ ଜନତାଙ୍କ ନିମନ୍ତେ ଏଲଇଡି ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ୍ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
