ଟିଟଲାଗଡ ସବୁଠୁ ଉତପ୍ତ ସହର
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାତି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ବଢିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ୧୨ଟି ସ୍ଥାନରେ ଦିନ ତାପମାତ୍ରା ୩୯ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି ।
୪୧.୪ ଡ଼ିଗ୍ରୀ ସହ ଟିଟଲାଗଡ ରାଜ୍ୟର ଉତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧.୩ ଡ଼ିଗ୍ରୀ ତାପମାତ୍ରା, ସମ୍ବଲପୁର ଏବଂ ବୌଦ୍ଧରେ ଦିନ ତାପମାତ୍ର ୪୦ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୩୯.୬, ବାରିପଦାରେ ୩୯.୫, କଟକରେ ୩୫ ଡିଗ୍ରୀ, ଏବଂ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
