ବିଶ୍ୱରେ ଆଉ ୪,୭୩,୮୬୪ ସଂକ୍ରମିତ ଓ ୯,୬୧୫
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୦ଲକ୍ଷ ୭୩ହଜାର ୨୯ ଓ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୭୪ହଜାର ୩୭୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୭୩ହଜାର ୮୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୬୫୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୧୦ଲକ୍ଷ ୭୩ହଜାର ୨୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୭୪ହଜାର ୩୭୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୭୫ଲକ୍ଷ ୬୨ହଜାର ୬୩୯ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୯ଲକ୍ଷ ୩୬ହଜାର ୧୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୪କୋଟି ୭୬ଲକ୍ଷ ୫ହଜାର ୧୬୦ ଜଣ ସଂକ୍ରମିତ ଓ ୬ଲକ୍ଷ ୬୫ହଜାର ୮୫୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୮ ଲକ୍ଷ ୭୭ହଜାର ୮୬୪ସଂକ୍ରମିତ ଓ ୫ଲକ୍ଷ ୮୩ ହଜାର ୩୬୨ମୃତ, ଋଷିଆରେ ୬୯ ଲକ୍ଷ ୯୩ ହଜାର ୯୫୪ ସଂକ୍ରମିତ ଓ ୧ଲକ୍ଷ ୮୬ ହଜାର ୪୦୭ ମୃତ, ୟୁକେରେ ୬୯ ଲକ୍ଷ ୪୧ ହଜାର ୬୪୧ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୧୬୧ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୨୬ ହଜାର ୪୨ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୮୫୬ ମୃତ, ତୁର୍କୀରେ ୬୪ ଲକ୍ଷ ୭୮ହଜାର ୬୬୩ ସଂକ୍ରମିତ ଓ ୫୭ ହଜାର ୮୩୭ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୨ହଜାର ୪୦୫ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୪୪୪ମୃତ, ଇରାନରେ ୫୧ ଲକ୍ଷ ୩ ହଜାର ୫୩୭ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୬୪ମୃତ, କଲୋମ୍ବିଆରେ ୪୯ ଲକ୍ଷ ୧୬ ହଜାର ୯୮୦ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୨୩୦ମୃତ, ସ୍ପେନରେ ୪୮ ଲକ୍ଷ ୭୭ ହଜାର ୭୫୫ ସଂକ୍ରମିତ ଓ ୮୪ ହଜାର ୭୯୫ମୃତ ରହିଛନ୍ତି ।
