ବିଶ୍ୱରେ ଆଉ ୪,୬୭,୧୯୧ ସଂକ୍ରମିତ ଓ ୮,୦୬୨
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୭୯ଲକ୍ଷ ୪୫ହଜାର ୮୬୬ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୭୪ହଜାର ୨୩୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୭ହଜାର ୧୯୧ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୭୯ଲକ୍ଷ ୪୫ହଜାର ୮୬୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୭୪ହଜାର ୨୩୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୬୪ଲକ୍ଷ ୨ହଜାର ୩୭୨ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୧ଲକ୍ଷ ୬୯ହଜାର ୨୬୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୪ଲକ୍ଷ ୬୬ହଜାର ୭୧୮ ସଂକ୍ରମିତ ଓ ୬ଲକ୍ଷ ୩୭ହଜାର୫୬୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୩ ଲକ୍ଷ ୬୪ହଜାର ୯୯ ସଂକ୍ରମିତ ଓ ୫ଲକ୍ଷ ୬୯ ହଜାର ୨୧୮ମୃତ, ଋଷିଆରେ ୬୬ ଲକ୍ଷ ୮୩୬ ସଂକ୍ରମିତ ଓ ୧ଲକ୍ଷ ୭୦ ହଜାର ୪୯୯ ମୃତ, ଫ୍ରାନ୍ସରେ ୬୪ ଲକ୍ଷ ୭୧ ହଜାର ୩୫ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୬୫୬ ମୃତ, ୟୁକେରେ ୬୨ ଲକ୍ଷ ୬୭ ହଜାର ୪୩୭ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୯୫୩ ମୃତ, ତୁର୍କୀରେ ୬୦ ଲକ୍ଷ ୭୮ ହଜାର ୬୫୩ ସଂକ୍ରମିତ ଓ ୫୩ ହଜାର ୧୫୯ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୮୪ ହଜାର ୬୩୫ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୪୧ମୃତ, କଲୋମ୍ବିଆରେ ୪୮ ଲକ୍ଷ ୬୭ ହଜାର ୭୬୧ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୪୫୯ମୃତ, ସ୍ପେନରେ ୪୬ ଲକ୍ଷ ୯୩ ହଜାର ୫୪୦ ସଂକ୍ରମିତ ଓ ୮୨ ହଜାର ୪୭୦ ମୃତ, ଇଟାଲିରେ ୪୪ ଲକ୍ଷ ୪୦ ହଜାର ୬୬୯ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୪୩୨ମୃତ ରହିଛନ୍ତି।
