ବିଶ୍ୱରେ ଆଉ ୬,୮୯,୮୮୨ ସଂକ୍ରମିତ ଓ ୧୦ହଜାର୩
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୬୮ଲକ୍ଷ ୭୮ହଜାର ୯୬୦ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୫୭ହଜାର ୨୭୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୮୯ହଜାର ୮୮୨ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୬୮ଲକ୍ଷ ୭୮ହଜାର ୯୬୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୫୭ହଜାର ୨୭୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୫୫ଲକ୍ଷ ୩୬ହଜାର ୨୩୫ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୯ଲକ୍ଷ ୮୫ହଜାର ୪୪୮ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୩ଲକ୍ଷ ୩୬ହଜାର ୮୨୮ ସଂକ୍ରମିତ ଓ ୬ଲକ୍ଷ ୩୭ହଜାର ୧୩୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୩ ଲକ୍ଷ ୧୯ହଜାର ସଂକ୍ରମିତ ଓ ୫ଲକ୍ଷ ୬୭ ହଜାର ୯୧୪ମୃତ, ଋଷିଆରେ ୬୫ ଲକ୍ଷ ୫୭ ହଜାର ୬୮ ସଂକ୍ରମିତ ଓ ୧ଲକ୍ଷ ୬୮ ହଜାର ୬୪ ମୃତ, ଫ୍ରାନ୍ସରେ ୬୪ ଲକ୍ଷ ୨୫ ହଜାର ୪୩୬ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୫୬୧ ମୃତ, ୟୁକେରେ ୬୨ ଲକ୍ଷ ୧୧ ହଜାର ୮୬୮ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୮୦୧ ମୃତ, ତୁର୍କୀରେ ୬୦ ଲକ୍ଷ ୩୯ ହଜାର ୮୫୭ ସଂକ୍ରମିତ ଓ ୫୨ ହଜାର ୮୬୦ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୭୪ ହଜାର ୭୨୫ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୮୧୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୬୦ ହଜାର ୬୨୨ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୨୨୧ମୃତ, ସ୍ପେନରେ ୪୬ ଲକ୍ଷ ୯୩ ହଜାର ୫୪୦ ସଂକ୍ରମିତ ଓ ୮୨ ହଜାର ୪୭୦ ମୃତ, ଇଟାଲିରେ ୪୪ ଲକ୍ଷ ୨୭ ହଜାର ୮୨୭ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୩୭୯ମୃତ ରହିଛନ୍ତି।
