ବିଶ୍ୱରେ ଆଉ ୫,୬୫,୬୬୦ ସଂକ୍ରମିତ ଓ ୧୦,୦୯୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୨୯ଲକ୍ଷ ୨୮ହଜାର ୨୩୨ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୯୮ହଜାର ୬୪୦କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ଆମେରିକା, ଭାରତ, ବ୍ରାଜିଲ, ରୁଷିଆ, ଫ୍ରାନ୍ସ, କାନାଡା, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୬୫ହଜାର ୬୬୦ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୮୯୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୨୯ଲକ୍ଷ ୨୮ହଜାର ୨୩୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୯୮ହଜାର ୬୪୦ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୨୨ଲକ୍ଷ ୭୭ହଜାର ୭୬୬ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୩ଲକ୍ଷ ୫୧ହଜାର ୮୨୬ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୬୫ଲକ୍ଷ ୧୮ହଜାର ୯୦୮ ସଂକ୍ରମିତ ଓ ୬ଲକ୍ଷ ୩୨ହଜାର ୯୮୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୧ ଲକ୍ଷ ୫୧ହଜାର ୭୯୯ ସଂକ୍ରମିତ ଓ ୫ଲକ୍ଷ ୬୩ ହଜାର ୮୨ମୃତ, ଋଷିଆରେ ୬୪ ଲକ୍ଷ ୨୪ ହଜାର ୮୮୪ ସଂକ୍ରମିତ ଓ ୧ଲକ୍ଷ ୬୪ ହଜାର ୯୪ ମୃତ, ଫ୍ରାନ୍ସରେ ୬୨ ଲକ୍ଷ ୮୪ ହଜାର ୭୦୮ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୧୯୦ ମୃତ, ୟୁକେରେ ୬୦ ଲକ୍ଷ ୪୨ ହଜାର ୨୫୨ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୨୮୧ମୃତ, ତୁର୍କୀରେ ୫୮ ଲକ୍ଷ ୯୫ ହଜାର ୮୪୧ ସଂକ୍ରମିତ ଓ ୫୨ ହଜାର ୮୮ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୧୨ ହଜାର ୭୫୪ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୩୦୨ମୃତ, କଲୋମ୍ବିଆରେ ୪୮ ଲକ୍ଷ ୩୪ ହଜାର ୬୩୪ ସଂକ୍ରମିତ ଓ ୧ ଲକ୍ଷ ୨୨ ହଜାର ୨୭୭ମୃତ, ସ୍ପେନରେ ୪୫ ଲକ୍ଷ ୮୮ ହଜାର ୧୩୨ ସଂକ୍ରମିତ ଓ ୮୨ ହଜାର ୬ ମୃତ, ଇଟାଲିରେ ୪୩ ଲକ୍ଷ ୯୦ ହଜାର ୬୮୪ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୨୦୯ମୃତ ରହିଛନ୍ତି ।
