ବିଶ୍ୱରେ ଆଉ ୫,୨୮,୬୪୨ ସଂକ୍ରମିତ ଓ ୮,୭୦୯ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭୯ଲକ୍ଷ ୫୧ହଜାର ୭୫୪ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୨୩ହଜାର ୧୪୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୨୮ହଜାର ୬୪୨ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୭୦୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୮୫ଲକ୍ଷ ୧ହଜାର ୧୨୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୩୨ହଜାର ୨୨୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୯୨ଲକ୍ଷ ୫୫ହଜାର ୬୨୮ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୦ଲକ୍ଷ ୧୩ହଜାର ୨୬୬ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୭ଲକ୍ଷ ୪୩ହଜାର ୧୪୪ ସଂକ୍ରମିତ ଓ ୬ଲକ୍ଷ ୨୯ହଜାର ୩୧୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୯ଲକ୍ଷ ୧୭ହଜାର ୮୫୫ ସଂକ୍ରମିତ ଓ ୫ଲକ୍ଷ ୫୬ ହଜାର ୪୩୭ମୃତ, ଋଷିଆରେ ୬୨ ଲକ୍ଷ ୬୫ ହଜାର ୮୭୩ ସଂକ୍ରମିତ ଓ ୧ଲକ୍ଷ ୫୮ ହଜାର ୫୬୩ ମୃତ, ଫ୍ରାନ୍ସରେ ୬୧ ଲକ୍ଷ ୨୭ ହଜାର ୧୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୬୭ ମୃତ, ୟୁକେରେ ୫୮ ଲକ୍ଷ ୫୬ ହଜାର ୫୨୮ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୬୫୪ ମୃତ, ତୁର୍କୀରେ ୫୭ ଲକ୍ଷ ୨୭ ହଜାର ୪୫ ସଂକ୍ରମିତ ଓ ୫୧ ହଜାର ୩୩୨ ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୨୯ ହଜାର ୭୬୪ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୭୨୧ମୃତ, କଲୋମ୍ବିଆରେ ୪୭ ଲକ୍ଷ ୮୫ ହଜାର ୩୨୦ ସଂକ୍ରମିତ ଓ ୧ ଲକ୍ଷ ୨୦ ହଜାର ୭୨୩ମୃତ, ସ୍ପେନରେ ୪୪ ଲକ୍ଷ ୪୭ ହଜାର ୪୪ ସଂକ୍ରମିତ ଓ ୮୧ ହଜାର ୪୮୬ ମୃତ, ଇଟାଲିରେ ୪୩ ଲକ୍ଷ ୫୦ ହଜାର ୨୮ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୬୩ମୃତ ରହିଛନ୍ତି ।
