ବିଶ୍ୱରେ ଆଉ ୪,୪୦,୩୪୯ ସଂକ୍ରମିତ ଓ ୬,୬୭୯ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୧୧ଲକ୍ଷ ୯୪ହଜାର ୬୭୨ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫ହଜାର ୩୫୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୪୦ହଜାର ୩୪୯ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୬୭୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୧୧ଲକ୍ଷ ୯୪ହଜାର ୬୭୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୫ହଜାର ୩୫୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୪୧ଲକ୍ଷ ୪୭ହଜାର ୮୧୧ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୯ଲକ୍ଷ ୪୧ହଜାର ୫୦୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୯ଲକ୍ଷ ୬୩ହଜାର ୪୩୯ ସଂକ୍ରମିତ ଓ ୬ଲକ୍ଷ ୨୪ହଜାର ୭୪୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୩ଲକ୍ଷ ୭୬ହଜାର ୫୭୪ ସଂକ୍ରମିତ ଓ ୫ଲକ୍ଷ ୪୨ ହଜାର ୨୬୨ମୃତ, ଋଷିଆରେ ୫୯ ଲକ୍ଷ ୫୮ ହଜାର ୧୩୩ ସଂକ୍ରମିତ ଓ ୧ଲକ୍ଷ ୪୮ ହଜାର ୪୧୯ ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୬୭ ହଜାର ୭୩୦ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୪୭୨ ମୃତ, ତୁର୍କୀରେ ୫୫ ଲକ୍ଷ ୨୯ ସଂକ୍ରମିତ ଓ ୭୧୯ ହଜାର ୫୦ ହଜାର ୫୫୪ ମୃତ, ୟୁକେରେ ୫୩ ଲକ୍ଷ ୩୩ ହଜାର ୯୩୯ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୭୦୮ ମୃତ, ଆର୍ଜେଣ୍ଟିନାରେ ୪୭ ଲକ୍ଷ ୫୬ ହଜାର ୩୭୮ ସଂକ୍ରମିତ ଓ ୧ ଲକ୍ଷ ୧ ହଜାର ୫୪୯ମୃତ, କଲୋମ୍ବିଆରେ ୪୬ ଲକ୍ଷ ୩୯ ହଜାର ୪୬୬ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୩୦୭ମୃତ, ଇଟାଲିରେ ୪୨ ଲକ୍ଷ ୮୭ ହଜାର ୪୫୮ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୮୬୭ମୃତ ରହିଛନ୍ତି ।
