ବିଶ୍ୱରେ ଆଉ ୩,୭୧,୩୫୯ ସଂକ୍ରମିତ ଓ ୭,୧୭୮ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୮୦ଲକ୍ଷ ୩୦ହଜାର ୭୦୦ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୫୫ହଜାର ୨୬୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୭୧ହଜାର ୩୫୯ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୧୧୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୮୦ଲକ୍ଷ ୩୦ହଜାର ୭୦୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୫୫ହଜାର ୨୬୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୧୯ଲକ୍ଷ ୭୪ହଜାର ୫୮୭ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୦ଲକ୍ଷ ୮୪୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୭ଲକ୍ଷ ୬୧ହଜାର ୪୦୦ ସଂକ୍ରମିତ ଓ ୬ଲକ୍ଷ ୨୩ହଜାର ୧୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି୯୧ଲକ୍ଷ ୬ହଜାର ୯୭୧ସଂକ୍ରମିତ ଓ ୫ଲକ୍ଷ ୩୪ ହଜାର ୩୧୧ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୧୩ ହଜାର ୮୯୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୩୫୩ ମୃତ, ଋଷିଆରେ ୫୮ ଲକ୍ଷ ୮ ହଜାର ୪୭୩ ସଂକ୍ରମିତ ଓ ୧ଲକ୍ଷ ୪୩ ହଜାର ୭୧୨ ମୃତ, ତୁର୍କୀରେ ୫୪ ଲକ୍ଷ ୮୬ ହଜାର ୯୫୯ ସଂକ୍ରମିତ ଓ ୫୦ ହଜାର ୨୭୮ ମୃତ, ୟୁକେରେ ୫୧ ଲକ୍ଷ ୫୫ହଜାର ୩୪୩ ସଂକ୍ରମିତ ଓ ୧ ଲକ୍ଷ ୩୮ ହଜାର ୪୩୧ ମୃତ, ଆର୍ଜେଣ୍ଟିନାରେ ୪୬ ଲକ୍ଷ ୬୨ ହଜାର ୯୩୭ ସଂକ୍ରମିତ ଓ ୯୯ ହଜାର ୨୫୫ମୃତ, କଲୋମ୍ବିଆରେ ୪୫ ଲକ୍ଷ ୩୦ ହଜାର ୬୧୦ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୩୩୫ମୃତ, ଇଟାଲିରେ ୪୨ ଲକ୍ଷ ୭୨ ହଜାର ୧୬୩ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୭୮୮ମୃତ, ସ୍ପେନରେ ୩୯ ଲକ୍ଷ ୭୧ ହଜାର ୧୨୪ ସଂକ୍ରମିତ ଓ ୮୧ ହଜାର ୨୦ ମୃତ ରହିଛନ୍ତି ।
