ରାଜ୍ୟରେ ଆଉ ୧,୧୯୩ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୨ହଜାର ୩୭୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୯ ଜଣ ଥିବାବେଳେ ବାଲେଶ୍ୱରରୁ ୬୯ ଜଣ, ବରଗଡ଼ରୁ ୧୦ ଜଣ, ଭଦ୍ରକରୁ ୧୫ ଜଣ, ବଲାଙ୍ଗୀରରୁ ୯ ଜଣ, କଟକରୁ ୧୬୧ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୩୧ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୧୩ ଜଣ, ଜଗତସିଂହପୁରରୁ ୫୮ ଜଣ, ଯାଜପୁରରୁ ୫୦ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨୯ ଜଣ, କେଉଁଝରରୁ ୨୦ ଜଣ, ଖୋର୍ଦ୍ଧାରୁ ୪୨୫ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୩୯ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୩୪ ଜଣ, ରାୟଗଡ଼ାରୁ ୯ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୧୦ ଓ ରାଜ୍ୟ ପୁଲରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୯୨,୩୭୫ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୭୪,୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୮୦୯ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୬୮,୮୮,୪୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।
