ରାଜ୍ୟରେ ଆଉ ୧,୧୨୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୧୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୫୭ ଓ ସ୍ଥାନୀୟ ଅଞ୍ଚଳରୁ ୪୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୦ହଜାର ୮୬୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫ ଜଣ ଥିବାବେଳେ ବାଲେଶ୍ୱରରୁ ୭୨ଜଣ, ବରଗଡ଼ରୁ ୩ଜଣ, ଭଦ୍ରକରୁ ୬୦ଜଣ, ବଲାଙ୍ଗୀରରୁ ୪ଜଣ, ବୌଦ୍ଧରୁ ୪ଜଣ, କଟକରୁ ୧୩୫ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୭ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୬୩ଜଣ, ଯାଜପୁରରୁ ୪୮ଜଣ, ଝାରସୁଗୁଡ଼ାରୁ ୬ଜଣ, କଳାହାଣ୍ଡିରୁ ୧ଜଣ, କନ୍ଧମାଳରୁ ୪ଜଣ, କେନ୍ଦ୍ରାପଡ଼ାରୁ ୬୬ଜଣ, କେନ୍ଦୁଝରରୁ ୮ଜଣ, ଖୋର୍ଦ୍ଧାରୁ ୩୮୮ଜଣ, କୋରାପୁଟରୁ ୨ଜଣ, ମାଲାକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୨୦ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡ଼ରୁ ୨୦ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୪୮ଜଣ, ରାୟଗଡ଼ାରୁ ୬ଜଣ, ସମ୍ବଲପୁରରୁ ଜଣେ, ସୋନପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୫ଜଣ ଓ ରାଜ୍ୟ ପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୮୦,୮୬୬ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୬୦,୩୮୬ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୩୨୫ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୨୨୩୯୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।
