ରାଜ୍ୟରେ ଆଉ ୨,୦୭୪ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୯୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୦୭୪ ଓ ସ୍ଥାନୀୟ ଅଞ୍ଚଳରୁ ୮୮୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୫ହଜାର ୭୪୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯ ଜଣ ଥିବାବେଳେ ବାଲେଶ୍ୱରରୁ ୧୧୫ଜଣ, ବରଗଡ଼ରୁ ୩୮ଜଣ, ଭଦ୍ରକରୁ ୧୧୦ଜଣ, ବଲାଙ୍ଗୀରରୁ ୧୭ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୨୮୩ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୬୧ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୯୯ଜମ, ଯାଜପୁରରୁ ୧୨୦ଜଣ, ଝାରସୁଗୁଡ଼ାରୁ ୫ଜଣ, କଳାହାଣ୍ଡିରୁ ୫ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, କେନ୍ଦୁଝରରୁ ୪୬ଜଣ, ଖୋର୍ଦ୍ଧାରୁ ୪୪୩ଜଣ, କୋରାପୁଟରୁ ୧୦ଜଣ, ମାଲକାନଗିରିରୁ ୪୭ଜଣ, ମୟୁରଭଞ୍ଜରୁ ୧୧୫ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୩୩ଜଣ, ରାୟଗଡ଼ାରୁ ୧୬ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୫୬ଜଣ ଓ ରାଜ୍ୟ ପୁଲରୁ ୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୪୫,୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୧୮,୦୪୧ ଜଣ ସୁସ୍ଥ ହୋଇଥିବା ବେଳେ ୨୨ହଜାର ୮୬୦ଜଣ ସକ୍ରିୟ ମାମଲା ରହିଛି ।
