ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୬୩ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କରୋନାରୁ ଆଜି ୨୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୧୯ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରୁ ୫୪ ଜଣ , ଗଜପତି ଓ ଖୋର୍ଦ୍ଧା ଜିଲ୍ଲାରୁ ୨୪ ଜଣ ଲେଖାଏଁ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୪, ଅନୁଗୁଳରୁ ୧୩, ମୟୂରଭଂଜ, ସୁନ୍ଦରଗଡ଼ରୁ ୧୨-୧୨, କେନ୍ଦ୍ରାପଡ଼ାରୁ ୧୧, କଟକରୁ ୧୦, ଗଂଜାମରୁ ୯, ବାଲେଶ୍ୱରରୁ ୬, ଭଦ୍ରକ, କୋରାପୁଟରୁ ୫-୫, ନୟାଗଡ଼, ପୁରୀରୁ ୪-୪, ପୁରୀରୁ ୩, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରିରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ନୂଆପଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍ ରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
