ରାଜ୍ୟରେ ଆଉ ୫୩୬ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ୫୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୨୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୦ ଜଣ ଓ କଟକ ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୨୦, ରାୟଗଡ଼ାରୁ ୧୫, ଯାଜପୁର, ମୟୂରଭଂଜରୁ ୧୩-୧୩, ପୁରୀରୁ ୧୧, ସମ୍ବଲପୁରରୁ ୧୦, ଜଗତସିଂହପୁରରୁ ୯, ବାଲେଶ୍ୱରରୁ ୮, ଭଦ୍ରକ ଓ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଦେବଗଡ଼ରୁ ୬, ଗଜପତି, କଳାହାଣ୍ଡିରୁ ୪-୪, ଗଂଜାମ, ଝାରସୁଗୁଡ଼ା, ନୟାଗଡ଼ରୁ ୩-୩, ବରଗଡ଼, ବଲାଙ୍ଗୀରରୁ ୨-୨, ଅନୁଗୁଳ, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
