ରାଜ୍ୟରେ ଆଉ ୪୫୦ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୪୫୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୯ହଜାର ୧୪୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୩ ଜଣ ଥିବାବେଳେ କଟକରୁ ୨୯, ସମ୍ବଲପୁରରୁ ୨୪, ବାଲେଶ୍ୱରରୁ ୧୪, ଜଗତସିଂହପୁରରୁ ୧୨, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଂଜ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ, ଭଦ୍ରକ ଓ ପୁରୀରୁ ୭ ଜଣ ଲେଖାଏଁ, ଅନୁଗୁଳ, ଦେବଗଡ଼, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ରାୟଗଡ଼ାରୁ ୩-୩ ଜଣ, ଗଞ୍ଜାମ, କେନ୍ଦୁଝର, କୋରାପୁଟରୁ ୨ ଜଣ ଲେଖାଏଁ, ବରଗଡ଼ରୁ ଜଣେ ଓ ରାଜ୍ୟ ପୁଲରୁ ୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।
