ରାଜ୍ୟରେ ଆଉ ୬୦୩ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରୁ ୬୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୨୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଓ କଟକ ଜିଲ୍ଲାରୁ ଆଜି ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୂରଭଂଜରୁ ୨୧, ବାଲେଶ୍ୱରରୁ ୨୦, କେନ୍ଦ୍ରାପଡ଼ାରୁ ୧୭, ପୁରୀରୁ ୧୩, ଜଗତସିଂହପୁରରୁ ୧୧, ଯାଜପୁର, ନୟାଗଡ଼ରୁ ୯-୯, ସୁନ୍ଦରଗଡ଼ରୁ ୮ ଓ ଗଜପତିରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ, ଗଂଜାମରୁ ୫-୫ ଜଣ, ବଲାଙ୍ଗୀର, ସମ୍ବଲପୁରରୁ ୪-୪, ବରଗଡ଼, ଝାରସୁଗୁଡ଼ା, ରାୟଗଡ଼ାରୁ ୩-୩ ଜଣ, ଦେବଗଡ଼, କେନ୍ଦୁଝର, ନବରଂଗପୁରରୁ ୨-୨ ଜଣ, କୋରାପୁଟରୁ ଜଣେ ଓ ରାଜ୍ୟପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
