ରାଜ୍ୟରେ ଆଉ ୫୬୦ କରୋନା ସଂକ୍ରମିତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣରୁ ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ୧୦,୦୮,୨୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୬ ଜଣ ଓ କଟକ ଜିଲ୍ଲାରୁ ୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୦, ସୁନ୍ଦରଗଡ଼ରୁ ୨୫, ଜଗତସିଂହପୁରରୁ ୨୩, ବାଲେଶ୍ୱର, ମୟୂରଭଂଜରୁ ୨୨-୨୨, ପୁରୀରୁ ୧୮, ଭଦ୍ରକରୁ ୧୦, ନୟାଗଡ଼ରୁ ୭ ଓ କେନ୍ଦ୍ରାପଡ଼ାରୁ ୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ମାଲକାନଗିରିରୁ ୫, ଦେବଗଡ଼, ନୂଆପଡ଼ାରୁ ୪-୪, ଗଜପତି, ଗଂଜାମରୁ ୩-୩, ବରଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, କୋରାପୁଟରୁ ୨-୨ ଜଣ, ଅନୁଗୁଳ, ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
