ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୦୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଆଜି ବି ୨ ହଜାର ତଳେ ରହିଛି କରୋନା ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୦୩ ଆକ୍ରାନ୍ତ । ସଙ୍ଗରୋଧରୁ ୮୭୩ ଓ ସ୍ଥାନୀୟ ଅଂଚଳରୁ ୬୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୨୯ ଜଣ ହେଉଛନ୍ତି ଶିଶୁ ଓ କିଶୋର ।
ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୧ଜଣ, ବାଲେଶ୍ୱରରୁ ୩୦ଜଣ, ବରଗଡ଼ରୁ ୨୧ଜଣ, ଭଦ୍ରକରୁ ୨୦ଜଣ, ବଲାଙ୍ଗୀରରୁ ୩୩ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୮୩ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୩୭ଜଣ, ଗଞ୍ଜାମରୁ ୨୬ଜଣ, ଜଗତସିଂହପୁରରୁ ୪୨ଜଣ, ଯାଜପୁରରୁ ୫୫ଜଣ, ଝାରସୁଗୁଡ଼ାରୁ ୧୭ଜଣ, କଳାହାଣ୍ଡିରୁ ୪୦ଜଣ, କନ୍ଧମାଳରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୯ଜଣ, କେନ୍ଦୁଝରରୁ ୩୬ଜଣ, ଖୋର୍ଦ୍ଧାରୁ ୩୩୩ଜଣ, କୋରାପୁଟରୁ ୨ଜଣ, ମାଲକାନଗିରିରୁ ୮ଜଣ, ମୟୁରଭଞ୍ଜରୁ ୧୦୮ଜଣ, ନବରଙ୍ଗପୁରରୁ ୧୯ଜଣ, ନୟାଗଡ଼ରୁ ୫୩ଜଣ, ନୂଆପଡ଼ାରୁ ୨୫ଜଣ, ପୁରୀରୁ ୫୪ଜଣ, ରାୟଗଡ଼ାରୁ ୩୧ଜଣ, ସମ୍ବଲପୁରରୁ ୨୬ଜଣ, ସୋନପୁରରୁ ୨୨ଜଣ, ସୁନ୍ଦରଗଡ଼ରୁ ୧୫୭ଜଣ ଓ ରାଜ୍ୟ ପୁଲ୍ରୁ ୬୧ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୩୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୧୦୦୭୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
