ଦେଶରେ ଆଉ ୪୬,୧୬୪ କରୋନା ସଂକ୍ରମିତ ଚିହ୍ନଟ ଓ ୬୦୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଥିବା ବେଳେ ଆଜି ପୁଣି ଏହା ପରି କରିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି। ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ୨.୦୨% ରହିଥିବାବେଳେ ଆରୋଗ୍ୟ ହାର ସଂପ୍ରତି ୯୭.୬୩% ରହିଛି। ବୁଧବାର ସଂଧ୍ୟା ସୁଦ୍ଧା ୫୧.୩୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୬୦.୩୮ କୋଟି ପାନ ଟିକା ଦିଆଯାଇସାରିଛି।
India reports 46,164 new #COVID19 cases, 34,159 recoveries and 607 deaths in the last 24 hrs, as per Health Ministry.
— ANI (@ANI) August 26, 2021
Total cases: 3,25,58,530
Total recoveries: 3,17,88,440
Active cases: 3,33,725
Death toll: 436365
Total vaccinated: 60,38,46,475 (80,40,407) in last 24 hrs pic.twitter.com/sWNTEna5mu
ଗୁରୁବାର ଗତ ୨୪ଘଣ୍ଟାରେ ୪୬ହଜାର ୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୪ହଜାର୧୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୫ ଲକ୍ଷ ୫୮ହଜାର ୫୩୦ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୬ହଜାର ୩୬୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୭ଲକ୍ଷ ୮୮ହଜାର ୪୪୦ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୩୩ହଜାର ୭୨୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
