ଦେଶରେ ଆଉ ୩୨,୯୩୭ କରୋନା ସଂକ୍ରମିତ ଚିହ୍ନଟ ଓ ୪୧୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାର ତଳକୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪୦୦ ଟପିଛି । ସେହିପରି ଦେଶରେ ସୁସ୍ଥତା ହାର ୯୭.୪୮% । ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୯% । ୨୪ ଘଣ୍ଟାରେ ୧୧,୮୧,୨୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୪୮,୦୫,୬୫୨ ନମୁନା ପରୀକ୍ଷା କରାଯାଇଛି । ସେହିପରି ଦିନକରେ ୧୭,୪୩,୧୧୪ ଟିକା ନେଇଥିବା ବେଳେ ଏଯାଏଁ ୫୪,୫୮,୫୭,୧୦୮ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
भारत में पिछले 24 घंटों में कोरोना वायरस के 32,937 नए मामले आए, 35,909 रिकवरी हुईं और 417 लोगों की कोरोना से मौत हुई। #COVID19
— ANI_HindiNews (@AHindinews) August 16, 2021
कुल मामले: 3,22,25,513
सक्रिय मामले: 3,81,947
कुल रिकवरी: 3,14,11,924
कुल मौतें: 4,31,642 pic.twitter.com/2n3n0oK1ze
ସୋମବାର ଗତ ୨୪ଘଣ୍ଟାରେ ୩୨ହଜାର ୯୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୫ହଜାର ୯୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୨ଲକ୍ଷ ୨୫ହଜାର ୫୧୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୧ହଜାର ୬୪୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୪ଲକ୍ଷ ୧୧ହଜାର ୯୨୪ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୮୧ହଜାର ୯୪୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
