ଦେଶରେ ଆଉ ୪୧,୧୯୫ କରୋନା ସଂକ୍ରମିତ ଚିହ୍ନଟ ଓ ୪୯୦ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୦୦୦ପାର କରିଛି। ଏହା ସହ ମୃତ୍ୟୁସଂଖ୍ୟା ୫୦୦ପାଖାପାଖି ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟାରେ ୪୪,୧୯,୬୨୭ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୨,୩୬,୭୧,୦୧୯ ଜଣଙ୍କୁ ଟିକା ଦିଆଯାଇସାରିଛି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଦେଶରେ ଦୈନିକ ସଂକ୍ରମଣ ହାର ୧.୯୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୨୩% ରହିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ ୪୮.୭୩ କୋଟି ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେହି ସମୟ ମଧ୍ୟରେ ୫୨.୩୬ କୋଟି ପାନ ଟିକା ଦିଆଯାଇସାରିଛି।
ଗୁରୁବାର ଗତ ୨୪ଘଣ୍ଟାରେ ୪୧ହଜାର ୧୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୯ହଜାର ୦୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୦ଲକ୍ଷ ୭୭ହଜାର ୭୦୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୯ହଜାର ୬୬୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୨ଲକ୍ଷ ୬୦ହଜାର ୦୫୦ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୮୭ହଜାର ୯୮୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
