ଦ୍ରୁତ ବେଗରେ ବଢୁଛି ସଂକ୍ରମଣ : ଦେଶରେ ଆଉ ୨,୪୭,୪୧୭ କରୋନା ସଂକ୍ରମିତ ଚିହ୍ନଟ ଓ ୩୮୦ ମୃତ
ନୂଆଦିଲ୍ଲୀ: ଦେଶର ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିନକରେ ଦୁଇ ଲକ୍ଷ ପାର୍ ହେବ ସହ ଅଢେଇ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ ମାମଲା । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୨,୪୭,୪୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ବୁଧବାର ତୁଳନାରେ ୨୭% ପ୍ରତିଶତ ଅଧିକ । ଏହାକୁ ମିଶାଇ ଦେଶର ମୋଟ କୋଭିଡ୍ ମାମଲା ୩,୬୦,୭୦,୫୧୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩,୪୭,୧୫,୩୬୧ ସୁସ୍ଥ ହୋଇଥିବାବେଳ ୧୧,୧୭,୫୩୧ ଜଣ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଏହାସହ ଦେଶର ମୋଟ ଓମିକ୍ରନ୍ ମାମଲା ମଧ୍ୟ ୫୪୮୮ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୮୦ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ମିଶାର ଦେଶର କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୮୫,୦୩୫କୁ ବୃଦ୍ଧି ପାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୪୭,୪୧୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୬୩,୧୭,୯୨୭ ଓ ମୃତ୍ୟୁସଂଖ୍ୟା ୪,୮୫,୦୩୫ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୮୪,୮୨୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୪୭,୧୫,୩୬୧ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୧୭,୫୩୧। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ଓମିକ୍ରନ୍ ଅକ୍ରାନ୍ତଙ୍କ ସଂଖ୍ୟା ୫୪୮୮ ହୋଇଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୪,୬୧,୩୯,୪୬୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
