ଭୁବନେଶ୍ୱର : ୨୦୦ ପଜିଟିଭ୍ ଓ ୨୫୫ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ମଙ୍ଗଳବାର ଦିନ ଆଉ ୨୦୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୬୧ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୩୯ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୨୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ପଟିଆରୁ ସର୍ବାଧିକ ୧୧ଜଣ ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ସହୀଦନଗରରୁ ୭ ଜଣ, ମେଂଚଶ୍ୱର, ବରମୁଣ୍ଡା ଓ ଚନ୍ଦ୍ରଶେଖରପୁରରୁ ୬ ଜଣ ଲେଖାଏଁ , ଜୟଦେବବିହାର, ଝାରପଡା, ଡୁମଡୁମା, ଖଣ୍ଡଗିରି, ୟୁନିଟ୍ ୮ ଓ ୟୁନିଟ୍ ୯ରୁ ୫ ଜଣ ଲେଖାଏଁ , ଲକ୍ଷ୍ମୀସାଗର , ଗଜପତିନଗର, କଳିଙ୍ଗନଗର, ଓଲ୍ଡଟାଉନ୍ ଓ ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୯୩୨ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୨୭୧୭ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୧୯୯ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୯୯୫ କୁ ବୃଦ୍ଧି ପାଇଛି ।
