ଭୁବନେଶ୍ୱର : ୧୫୮ ପଜିଟିଭ୍ ଓ ୧୯୨ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରୁ ରବିବାର ଦିନ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ଲୋକାଲ ମାମଲା ରହିଛନ୍ତି । ଅପରପକ୍ଷରେ ଗତ ୨୪ ଘଂଟାରେ ଆଉ ୧୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଏମସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।
ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୯୦୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୧୨୫୭ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତମାନ ୩୫୮୮ ସକ୍ରିୟ ମାମଲା ରହିଛି । ସେହିପରି ମୃତକଙ୍କ ସଂଖ୍ୟା ୧୦୪୩ରେ ପହଂଚିଛି ।
