ବାଲେଶ୍ୱର : ଦିନକରେ ୪୯ ସଂକ୍ରମିତ ଓ ୯୨ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରୁ୧୧ ଜଣ ଓ ବ୍ଲକ ଅଞ୍ଚଳରୁ ୩୮ ଜଣ ଅଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୨ ଜଣ ସୁସ୍ଥ ହୋଇଛନ୍ତି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୪୫୪ରେ ପହଞ୍ଚଥିବା ବେଳେ ସୁସ୍ଥ ହୋଇଛନ୍ତି ୩୭,୫୦୯ଜଣ । ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ୮୫, ୬୫, ୫୦, ୪୫ ଓ ୪୨ ବର୍ଷର ୫ ଜଣ ପୁରୁଷ ଏବଂ ୬୫ବର୍ଷର ଜଣେ ମହିଳାଙ୍କୁ ମିଶାଇ ଛଅ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସରକାରୀ ଭାବେ ଘୋଷଣା କରାଯାଇଛି । ସେହିପରି ଜିଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା୨୧୩ରେ ପହଞ୍ଚିିଥିବା ସରକାରୀ ୱେବସାଇଟରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଜିଲାରେ ଟିକାକରଣ ୮,୮୩,୨୩୪ ପାନ ଛୁଇଁଥିବା ସରକାରୀ ଭାବେ ଜଣାପଡ଼ିଛି । ତନ୍ମଧ୍ୟରୁ ୬,୨୮,୭୭୫ ଜଣ ପ୍ରଥମ ପାନ ଓ ୨,୫୪,୪୫୯ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି ।
