ଭୁବନେଶ୍ୱରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
- ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର ହୋଇଛି । ରବିବାର ଚିହ୍ନଟ ହୋଇଥିବା ୩୧୮ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ରାଜଧାନୀରେ କିନ୍ତୁ ପ୍ରତିଦିନ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ଚିନ୍ତାର କାରଣ ପାଲଟିଛି । ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ରେ ସଂକ୍ରମଣ ହାର ଅଧିକ ରହିଥିବା ୨ ଜିଲ୍ଲା କଟକ, ପୁରୀ ଏବଂ ଗୋଟିଏ ସହର ଭୁବନେଶ୍ବର ପାଇଁ ନିୟମ କଡାକଡି ହୋଇଛି । ଭୁବନେଶ୍ୱରରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବା ସହିତ ରାତି ୮ଟା ରୁ ଭୋର ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ ।
Update on newly detected #COVID19 cases in the last
— BMC (@bmcbbsr) August 1, 2021
24 hrs under the BMC area on 1st August (till 9am). pic.twitter.com/wu76gThh9a
ସୂଚନା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରୁ ୩୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୩୯ ଜଣ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୧୮୧ରେ ପହଞ୍ଚିଛି । ସେହିଭଳି ମୋଟ ୯୬,୮୫୬ ଜଣ ସୁସ୍ଥ ହୋଇଥିବା ବେଳେ ୮୦୬ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୨୪୯୮ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୭ ଜଣ ସୁସ୍ଥ ହୋଇଛନ୍ତି ।
