ଭୁବନେଶ୍ୱର : ୬୬୧ ପଜିଟିଭ୍ ଓ ୧୩୫୭ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ମଙ୍ଗଳବାର ଆଉ ୬୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୫୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୫୦୫ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୩୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖଣ୍ଡଗିରିରୁ ୩୧ଜଣ, ଡୁମଡୁମାରୁ ୨୬ ଜଣ ,ନୟାପଲ୍ଲୀ ଓ ନିଳାଦ୍ରୀବିହାରରୁ ୨୪ ଜଣ ଲେଖାଏଁ , ବରମୁଣ୍ଡାରୁ ୧୭ ଜଣ,ଓଲ୍ଡ ଟାଉନ୍ ରୁ ୧୭ ଜଣ, ଶୈଳଶ୍ରୀବିହାରରୁ ୧୬ ଜଣ ଲେଖାଏଁ , ଝାରପଡା ଓ ଚନ୍ଦ୍ରଶେଖରପୁରରୁ ୧୫ ଜଣ ଲେଖାଏଁ , ୟୁନିଟ୍ ୮ ଓ ମେଂଚଶ୍ୱରରୁ ୧୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଡୁମଡୁମା ଓ ଚନ୍ଦ୍ରଶେଖରପୁରରୁ ୧୨ ଜଣ ଲେଖାଏଁ ,ପଟିଆରୁ ୮ ଜଣ, ପାତ୍ରପଡା ଓ ଶୈଳଶ୍ରୀବିହାରରୁ ୭ ଜଣ ଲେଖାଏଁ, ବଡଗଡ, ଜାଗମରା, ନୟାପଲ୍ଲୀ,ଭିମଟାଙ୍ଗୀ ରୁ ୫ ଜଣ ଲେଖାଏଁ କ୍ୱାରେଂଟାଇନ୍ ମାମଲା ରହିଛି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୫୭୦ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୭୩୯୬୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୭୨୨୨ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୬୨ ରହିଛି ।
