ବାଲେଶ୍ୱର : ଦିନକରେ ୭୦ ସଂକ୍ରମିତ ଓ ୪୧ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱରର ସଂକ୍ରମଣର ହ୍ରାସ-ବୃଦ୍ଧି ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସପ୍ତାହକ ପୂର୍ବରୁ ୩୦ ତଳକୁ ଖସିଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୭୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୭୮୯ରେ ପହଞ୍ଚିଥିବା ବେଳେ ଏବେ ସୁଦ୍ଧା ୩୭,୯୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତିି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ଦୁଇଜଣ କରୋନା ଆକ୍ରମାନ୍ତଙ୍କ ମୃତ୍ୟୁ ହୋଇତିବା ବେଳେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା୨୩୦ରେ ପହଞ୍ଚିଛି ବୋଲି ସରକାରୀ ୱେସାଇଟରେ ଦର୍ଶାଯାଇଛି ।
ଅନ୍ୟପକ୍ଷରେ ଜିଲାରେ ଚାଲିଥିବା ସାମୂହିକ ଟିକାକରଣ କାର୍ଯ୍ୟକ୍ରମରେ ଆଜି ଦିନକରେ ବାଲେଶ୍ୱରର ୬୧ କେନ୍ଦ୍ରରେ ୧୫,୦୨୬ ଜଣ କୋଭିଡ ଟିକା ନେଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଦ୍ୟାବଧି ଜିଲାରେ ମୋଟ ୯, ୫୩,୯୮୩ ପାନ ଟିକା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୬,୮୯,୩୯୮ ଜଣ ପ୍ରଥମ ପାନ ଓ ୨,୬୪,୫୮୫ଜଣ ଦ୍ୱିତୀୟ ପାନ ଟିକା ନେଇଥିବା ଜଣାପଡ଼ିଛି ।
