ବାଲେଶ୍ୱର : ୨୮୬ ସଂକ୍ରମିତ ଓ ୩୦୧ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲା ବିଭିନ୍ନ ଅଞ୍ଚଳରୁ ୨୮୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଆଜିମାବାଦରୁ ୭ଜଣ, ସହଦେବଖଣ୍ଟାରୁ ୬, ପୁଲିସଲାଇନରୁ ୪, ଆଇଟିଆଇ ଛକରୁ ୪, ଅଙ୍ଗାରଗଡ଼ିଆରୁ ୩ ଓ ବାରବାଟୀରୁ ୨ଜଣଙ୍କ ସମେତ ଏଡିଏମ ଛକ, ଚୁନଭାଟି, ଦେୱାନପାଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋପାଳଗାଁ, ହେମକାପଦା, ଜେଲ ରୋଡ଼, ମାଣିଖମ୍ବ, ନୂଆବଜାର, ସୁନହଟ, ରାଣୀପାଟଣା, ପୁରୁଣା ବାଲେଶ୍ୱର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୪ଜଣ, ବସ୍ତାରୁ ୨, ଭୋଗରାଇରୁ ୪, ଜଳେଶ୍ୱରରୁ ଜଣେ, ଖଇରାରୁ ଜଣେ, ନୀଳଗିରିରୁ ୮୧, ଔପଦାରୁ ଜଣେ, ରେମୁଣାରୁ ୪୫, ସଦରରୁ ୪୯, ସିମୁଳିଆରୁ ୨୬ ଓ ସୋରରୁ ୩୩ ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତରେ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା୨୭,୫୫୯ରେ ପହଞ୍ଚିଥିବା ବେଳେ ଆଜି ଦିନକରେ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏବେ ସୁଦ୍ଧା ଜିଲାରେ ୨୩,୮୯୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଜିଲାରେ ଏବେ ସକ୍ରିୟ ଥିବା ୩,୫୪୯ ଜଣ କରୋନା ଆକ୍ରାନ୍ତ ଗୃହ ସଙ୍ଗରୋଧ ସମେତ ଦୁଇଗୋଟି କୋଭିଡ ଡାକ୍ତରଖାନା ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ଥିବା ଜଣେ ୩୩ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ଜିଲାରେ କରୋନା ଜନିତ ମୃତ୍ୟୁା ସଂଖ୍ୟା ୧୧୬ରେ ପହଞ୍ଚିିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ୧୮ରୁ ୪୪ ବର୍ଷ ବୟସର ଯୁବବର୍ଗଙ୍କ ଟିକାକରଣର ଦ୍ୱିତୀୟ ଦିନରେ ବାଲେଶ୍ୱର ସହହ ୮ କେନ୍ଦ୍ରରେ ଆଜି ୩,୩୦୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
