୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ଏହି ପରୀକ୍ଷା ୩୦ ତାରିଖରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ଚଳିତ ବର୍ଷ ମୋଟ ୫ଲକ୍ଷ ୩୨ହଜାର ୭୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୨୯ଟି ସେଣ୍ଟରରେ ପରୀକ୍ଷା ହେବ । ୩୧୬ଟି ନୋଡ଼ାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ । ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ମିଳିବ । ପିଲାମାନେ ଚାହିଁଲେ, ସେଠାରୁ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରି ନେଇପାରିବେ। ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ ତାରିଖରୁ ଆଡମିଟ କାର୍ଡ ମିଳିବ ବୋଲି ଜଣାପଡ଼ିଛି ।
