ବାଘ ଛାଲ ଜବତ, ଦୁଇ ଗିରଫ
ବାରିପଦା : ବାରିପଦା ସହର ମଧ୍ୟରୁ ଏକ ହୋଟେଲରେ ବ୍ୟବସାୟ ସମୟରେ ବାଘ ଛାଲ ଜବତ । ଏକ ଘରୋଇ ହୋଟେଲରେ ଏକ ରୁମ ମଧ୍ୟରେ ବେପାରୀ ଓ କ୍ରେତାଙ୍କ ମଧ୍ୟରେ ବ୍ୟାପାର ସମୟରେ ମାଡି ବସିଲା ବନ ବିଭାଗ ସ୍ପେଶାଲ ବ୍ରାଞ୍ଚ । ଘଟଣା ସ୍ଥଳରୁ ବାଘ ଛାଲ ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ବାରିପଦା ରେଞ୍ଜ ଖାନୂଆ ଅଞ୍ଚଳର ବିକାଶ ବିନୟ ସିଂ ଓ ପଳାସବଣି ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକା । ଗିରଫ ବିକାଶ ବିନୟ ସିଂ ଜଣେ ହେଲେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ଏନେଇ ତଦନ୍ତ ଚାଲିଥିବା ବେଳେ ଅନ୍ୟ ସମ୍ପୃକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ ବାରିପଦା ବନଖଣ୍ଡ ଅଧିକାରୀ ପ୍ରେସ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
